ଭଦ୍ରକ ୧୯।୧୨: ଗୋରୁ ବୋଝେଇ ଗାଡ଼ି ଜବତ । ୧୭ ଗୋରୁ ଉଦ୍ଧାର, ୨ ମାଫିଆ ଗିରଫ । ବେଆଇନ୍ ଚାଲାଣ ବେଳେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧିନ ସନ୍ଥିଆରୁ ଧରା ପଡିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ଗାଡ଼ିରୁ ୧୭ ଗୋରୁଙ୍କୁ ଉଦ୍ଧାର କରିଛି ଭଦ୍ରକ ଜିଲ୍ଲା ପୁରୁଣା ଵଜାର ପୋଲିସ।
ଵନ୍ତ ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା । ରାତିରେ ଗୋରୁ ବୋଝେଇ କରି ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ସନ୍ଥିଆ ନିକଟରୁ ଧରିଥିଲା ପୋଲିସ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏକ ଛୋଟିଆ ପିକ୍ଅପ୍ ଭ୍ୟାନ୍ ରେ ଗୋରୁ ମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ରଖାଯାଇଥିଲା। ସମସ୍ତ ଗୋରୁଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ଉଦ୍ଧାର ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଆଇଆଇସି ନିରୋଜ ସାମଲ ସୂଚନା ଦେଇଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।