ଭଦ୍ରକ ୧୯।୧୨ : ଭଦ୍ରକରୁ ଆନନ୍ଦପୁର । ଗଡୁନି କୌଣସି ବସ୍ । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି। କ୍ଷତିପୂରଣ ରାଶିକୁ ନେଇ କୌଣସି ସମାଧନ ହୋଇନାହିଁ। ଯାହାଫଳରେ ଏହି ରୁଟ୍ର ୫ ଦିନ ହେବ ଗଡୁନି କୌଣସି ବସ୍। ହନ୍ତସନ୍ତ ହେଉଛନ୍ତି ଯାତ୍ରୀ।
ଗତ ରବିବାର ଦିନ ବସ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାପରଠୁ ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ବସ୍ ଚଳାଚଳ ବନ୍ଦ ରହିଛି । ଭଦ୍ରକରୁ ଆନନ୍ଦପୁର, କରଞ୍ଜିଆ, କେନ୍ଦୁଝର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାରେ ବସ୍ଟିଏ ଚାଲୁନାହିଁ । ଏନେଇ ଭଦ୍ରକ ବସ୍ ସିଣ୍ଡିକେଟ ଏବଂ ପ୍ରଶାସନର କୌଣସି ନିଘା ନାହିଁ । ଏହାପୂର୍ବରୁ ରାସ୍ତାରେ ଚାଲିଥିବା ଆନ୍ଦୋଳନ ନେଇ ଏକ ବୈଠକ ବସିଥିଲା , ଯେଉଁଥିରେ ଜନସାଧାରଣଙ୍କ ଦାବି ମାନି ନେଇଥିଲେ । ଆଉ ମୃତକଙ୍କ ପରିବାରକୁ ଥଇଥାନ ପାଇଁ କହିଥିଲେ । ହେଲେ ଏହି କଥାକୁ ଅତ୍ୟନ୍ତ ହାଲ୍କା ଭାବେ ନେଇଥିଲେ ଭଦ୍ରକ ବସ୍ ସିଣ୍ଡିକେଟ୍ର କର୍ମକର୍ତ୍ତା । ଯାହାକୁ ନେଇ ଆଲୋଚନା ବିଫଳ ହୋଇଥିଲା । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏହି ରାସ୍ତାରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲେ । ଯାହାଫଳରେ ଦୀର୍ଘ ୫ଦିନ ହେବ ୫୩ ନମ୍ବର ରାଜ୍ୟ ରାଜପଥର ବରପଦାରୁ ହାଟଡିହି ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିଛି ।
ସେପଟେ ଉକ୍ତ ରାସ୍ତାରେ ବସ୍ ଗଡୁନଥିବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳୀକୁ ଯିବାକୁ ନେଇ ଅଧିକ ଟଙ୍କା ଖର୍ଚ୍ଚ କରି ମାନେ ଗାଡି ରିଜର୍ଭ କରି ଯାଉଛନ୍ତି । ତେଣୁ ଏହି ବିବାଦର ଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।