‘ରାହୁଲ ଗାନ୍ଧୀ ମୋର ଅତି ନିକଟକୁ ଆସିଲେ ଏବଂ ପାଟି କଲେ’, ବିଜେପି ମହିଳା ସାଂସଦ ଆଣିଲେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | December 19, 2024 IST

ନୂଆଦିଲ୍ଲୀ: ବାବାସାହେବ ଆମ୍ୱେଦକରଙ୍କୁ ଅପମାନ କରିବା ଅଭିଯୋଗରେ ଶାସକ ଏବଂ ବିରୋଧୀ ଗୁରୁବାର ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ କଥିତ ରୂପେ ହୋଇଥିବା ଠେଲାପେଲାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି । ଉଭୟ ସାଂସଦଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାରି ଭିତରେ ରାଜ୍ୟସଭାରେ ବିଜେପି ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିଜେପି ମହିଳା ସାଂସଦ ଫାଙ୍ଗନନ୍ କୋନ୍ୟାକ୍ ଅଭିଯୋଗ କରିଛନ୍ତି ଯେ ସଂସଦର ମକର ଦ୍ୱାର ନିକଟରେ ଅନ୍ୟ ସାଂସଦଙ୍କ ସହ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କର ଅତି ନିକଟକୁ ଆସିଥିଲେ ଏବଂ ପାଟି କରିଥିଲେ ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଏନେଇ ବିଜେପି ସାଂସଦ ଚିଠି ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ମୋ ସହ ଦୁର୍ବ୍ୟବହାର କରିଛନ୍ତି । ମୋ ମାନସମ୍ମାନକୁ ଆଘାତ ପହଞ୍ଚାଇଛନ୍ତି । ବିଜେପି ସାଂସଦ କହିଛନ୍ତି ଯେ ବିରୋଧୀ ଦଳ ନେତା ଅତି ନିକଟକୁ ଆସିବା ମୋତେ ଅସହଜ କରିଥିଲା । ଆଜି ଯାହା ବି କିଛି ହୋଇଛି, ତହା ଅତ୍ୟନ୍ତ ଦୁଃଖଦ । ଏଭଳି ଘଟଣା ଘଟିବାର ନଥିଲା । 

ଏହା ପୂର୍ବରୁ ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ସଂସଦ ପରିସରରେ ବିଜେପି ସାଂସଦଙ୍କ ସହ ରାହୁଲ ଗାନ୍ଧୀଙ୍କ ବ୍ୟବହାରକୁ ନିନ୍ଦା କରିଥିଲେ । ବିଜେପିର ମହିଳା ସାଂସଦଙ୍କ ଉପରେ ରାହୁଲ ଗାନ୍ଧୀ ବଳ ପ୍ରୟୋଗ କରିଥିବା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ କିରେନ ରିଜିଜୁ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀ ନିଜ ଅଚରଣ ପାଇଁ କ୍ଷମା ମାଗୁଛନ୍ତି ବୋଲି ବିଜେପି ଦାବି କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.