ଠେଲାପେଲା ଘଟଣାରେ ରାହୁଲଙ୍କ ବିରୋଧରେ ମାମଲା, ଥାନାକୁ ଗଲେ ବିଜେପି ସାଂସଦ

Published By : Prameya-News7 Bureau | December 19, 2024 IST

ନୂଆଦିଲ୍ଲୀ ୧୯/୧୨: ସଂସଦ କମ୍ପ୍ଲେକ୍ସରେ ଠେଲାପେଲା ଘଟଣାରେ ତେଜିଲାଣି ରାଜନୀତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ୩ ବିଜେପି ସାଂସଦ ସଂସଦ ମାର୍ଗ ପୋଲିସ ଷ୍ଟେସନ ଯାଇଞ୍ଚନ୍ତି । ଅଭିଯୋଗ ସହିତ ବାଂସୁରୀ ସ୍ୱରାଜ, ଅନୁରାଗ ଠାକୁର ଏବଂ ହେମାଙ୍ଗ ଯୋଶୀ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି । 

ସୂଚନା ଥାଉକି, ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ ଆଜି ବିରୋଧ କରାଯାଇଥିଲା। ଏହି ସମୟରେ ବିଜେପି ଏବଂ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯେଉଁଥିରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ସେବେଠାରୁ ଦଳ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। 

ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଦାବି କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ଠେଲିଥିଲେ ଯେଉଁଥିରେ ପ୍ରତାପ ଆହତ ହୋଇଛନ୍ତି । ଏହି ପ୍ରତିବାଦରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଦୁଇ ବିଜେପି ସାଂସଦଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ତେବେ କଂଗ୍ରେସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି । 

ଏହି ପ୍ରସଙ୍ଗରେ ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, 'କଂଗ୍ରେସ ଏବଂ ଅନ୍ୟ ସହଯୋଗୀମାନେ ପ୍ରତିଦିନ ବିରୋଧ କରୁଛନ୍ତି । ଆଜି ଯେତେବେଳେ ବିଜେପି ସାଂସଦମାନେ ବିରୋଧ କରିବାକୁ ଆସିଥିଲେ । ସେହି ସମୟରେ ଅଘଟଣ ଘଟିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.