ପଥଚାରୀଙ୍କୁ ଧକ୍କା ପରେ ରାସ୍ତା ତଳକୁ ଖସିଲା ବସ୍, ଜଣେ ମୃତ

Published By : Prameya-News7 Bureau | December 15, 2024 IST

ଭଦ୍ରକ ୧୫।୧୨ : ଭଦ୍ରକ ଆନନ୍ଦପୁର ରାସ୍ତାରେ ଦୁର୍ଘଟଣା । ପଥଚାରୀଙ୍କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ । ବନ୍ତ ନିକଟ ଜଗୁଲାଇପଦା ନିକଟରେ ଦୁର୍ଘଟଣା । ବସ୍ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଭଦ୍ରକ ଆନନ୍ଦପୁର ରାସ୍ତାରେ ଘଟିଛି ଦୁର୍ଘଟଣା । ଏକ ବସ୍‌ ପଥଚାରୀଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ପରେ ବସ୍‌ଟି ରାସ୍ତା ତଳକୁ ଖସିପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.