ମୁମ୍ଵାଇ ୨୧।୧୧; ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟକ ତଥା କମ୍ପୋଜର ଏ.ଆର ରେହମାନ । ବିବାହର ୨୯ ବର୍ଷ ପରେ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ନେବେ । ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ରେହମାନଙ୍କ ପରେ ତାଙ୍କ ମ୍ୟୁଜିକ ଟିମ୍ରେ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀ ହାର୍ଟଙ୍କ ସହ ଛାଡପତ୍ର ଘୋଷଣା କରିଛନ୍ତି। ଯାହାକୁ ନେଇ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି।
ମୋହିନୀ ଦେ ଏବଂ ହାର୍ଟସୁଚ୍ ଇନଷ୍ଟାଗ୍ରାମରେ ଉଭୟ ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଆମେ ଦୁହେଁ ଅଲଗା ହୋଇଛୁ ।ଏହା ଆମ ମଧ୍ୟର ପାରସ୍ପରିକ ବୁଝାମଣା । ଆମେ ବହୁତ ଭଲ ବନ୍ଧୁ କିନ୍ତୁ ଦୁହେଁ ସ୍ଥିର କଲୁ ଯେ ଆମେ ଜୀବନରେ ଭିନ୍ନ ଜିନିଷ ଚାହୁଁ ଏବଂ ଆଗକୁ ବଢିବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ପୃଥକତା ହେଉଛି ସର୍ବୋତ୍ତମ ଉପାୟ ।
ମୋହିନୀ ଆହୁରି ଲେଖିଛନ୍ତି - ଆମେ ଅନେକ ପ୍ରୋଜେକ୍ଟ ଏବଂ ଗ୍ରୁପ୍ ରେ ଏକାଠି କାମ କରିବୁ । ଆମେ ଏକାଠି କରୁଥିବା କାର୍ଯ୍ୟ ପାଇଁ ଆମେ ସର୍ବଦା ଗର୍ବିତ, ଏବଂ ତାହା ବନ୍ଦ ହେବ ନାହିଁ । ଏହି ଖବର ସାମ୍ନାକୁ ଆସିବା ପରେ ନା ନା କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ରେହମାନ ଏବଂ ସାଇରାଙ୍କ ଓକିଲ କହିଛନ୍ତି ଯେ ଏହି ଦୁଇଜଣଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନାହିଁ। ସାଇରା ଏବଂ ରେହମାନ ନିଜ ଇଚ୍ଛାରେ ଛାଡପତ୍ର ନିଷ୍ପତ୍ତି ନେଇଛନ୍ତି।