ଭୁବନେଶ୍ବର ୩।୧୨: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ବିଧାୟକ ଏବଂ ମନ୍ତ୍ରୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜି ଏବଂ ଆଇଜି କନଫରେନ୍ସର ସଫଳ ଆୟୋଜନ ପାଇଁ ସମ୍ବର୍ଦ୍ଧିତ କଲେ ।
ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ଯାଏଁ ୩ ଦିନ ଧରି ଆୟୋଜିତ ହୋଇଥିଲା ଏହି କନଫରେନ୍ସ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓଡ଼ିଶାରେ ଉପସ୍ଥିତ ରହି ଏହି ବୈଠକରେ ଯୋଗ ଦେଇଥିଲେ । ଯଦିଓ ଏହି ବୈଠକ ପାଇଁ ଆତଙ୍କବାଦୀଙ୍କ ଧମକ ରହିଥିଲା କିନ୍ତୁ ସବୁ ସତ୍ତ୍ୱେ ବି ଶାନ୍ତି ଶୃଙ୍ଖଳାର ସହ ତିନି ଦିନିଆ କନଫରେନ୍ସକୁ ସଫଳ କରାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଏବଂ ମନ୍ତ୍ରୀମାନ ଧନ୍ୟବାଦ ଜଣାଇଛନ୍ତି ।
ବିଧାନସଭା ୫୪ ନମ୍ବର ହଲ୍ରେ ଆୟୋଜନ ହୋଇଥିଲା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । କେବଳ ଡିଜି, ଆଇଜି କନଫରେନ୍ସ ନୁହଁ ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଯାଇଛି । ତାକୁ ମଧ୍ୟ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି ।
You Can Read:
ଖଣି ଅଧିକାରୀଙ୍କୁ ଆକ୍ରମଣ ଘଟଣା : ୬ ଜଣଙ୍କୁ ବାନ୍ଧିଲା ପୋଲିସ