ମୁ୍ମ୍ଵାଇ ୦୪।୧୨; ସମୁଦ୍ର କୂଳରେ ଯୋଗ କରିବା ଅଭିନେତ୍ରୀଙ୍କୁ ପଡିଲା ମହଙ୍ଗା ପଡିଛି। ଚାଲିଗଲା ଜୀବନ । ଥାଇଲାଣ୍ଡର ଦ୍ୱୀପରେ ଋଷର ଅଭିନେତ୍ରୀ କମିଲା ବେଲ୍ୟାତ୍ସକାୟା ଯୋଗ ଅଭ୍ୟାସ କରୁଥିବା ବେଳେ ସମୁଦ୍ରର ଜୁଆର ମାଡି ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଖୁବ୍ ଭାଇରାଲ ହେଉଛି।
ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ଜଣଙ୍କ ସମୁଦ୍ର କୂଳରେ ଥିବା ପାହାଡିଆ ଚଟାଣରେ ବସି ଯୋଗ କରୁଥିଲେ। ଏହି ସମୟରେ ହଠାତ ମାଡି ଆସିଥିଲା ଜୁଆର। ଅଭିନେତ୍ରୀ ସେଠାରୁ ଯାଇ ପାରିନଥିଲେ। ଏହି ଜୁଆର ହଠାତ ତାଙ୍କୁ ସମୁଦ୍ର ଭିତରକୁ ଭିଡି ନେଇଥିଲା। ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଲେ ବଞ୍ଚାଇ ପାରିନଥିଲେ। ସମୁଦ୍ରର ଅନେକ କିଲୋମିଟର ଦୂରରେ ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା।
କହିବାକୁ ଗଲେ ଅଭିନେତ୍ରୀଙ୍କର ଏହା ଥିଲା ତାଙ୍କର ପସନ୍ଦର ଜାଗା। ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି। ତେବେ ଏହି ଦୁଃଖଦ ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ଏହା ଏବେ ସବୁଠି ଭାଇରାଲ ହେଉଛି।