ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ପ୍ରତିବାଦ ଓ କୁଶ ପୁତ୍ତଳିକା ଦାହ। ରାଜ୍ୟରେ ଆଳୁ , ପିଆଜ ଓ ରସୁଣ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏହି ପ୍ରତିବାଦ କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ବିଜେପି ସରକାର ଡାଉନ୍ ଡାଉନ୍ ଓ ରାଜ୍ୟ ଓ କେନ୍ଦ୍ର ସରକାର ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ସ୍ଳୋଗାନ ଦେଇଥିଲେ। ଏହି ପ୍ରତିବାଦ ସଭାକୁ ସୋନପୁରର ପୂର୍ବତନ କଂଗ୍ରେସ ବିଧାୟକ ଓ ସୋନପୁର ଟାଉନ ସଭାପତି ସୁଧୀର ପଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜନ କରାଯାଇଥିଲା । ଆଗାମୀ ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଦର ନୀୟତ୍ରଣ ନକଲେ ସାରା ଜିଲ୍ଲାରେ ନିଆଁ ଜଳିବ ଓ ବିଜେପି ସରକାର ର କୌଣସି ନେତା ମନ୍ତ୍ରୀ ଙ୍କୁ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ କର୍ମୀ ।