ଖଣି ଅଧିକାରୀଙ୍କୁ ଆକ୍ରମଣ ଘଟଣା : ୬ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | December 03, 2024 IST

ଆନନ୍ଦପୁର ୩।୧୨: କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଘଷିପୁରା ପୋଲିସ । ଅପରାଧ ଘଟାଇବା ସମୟରେ ବ୍ୟବହୃତ ଏକ କାର୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ମୁଖ୍ୟତଃ ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ପ୍ରାୟ ୧୫ଜଣଙ୍କ ସମ୍ପୃକ୍ତି ଥିବା ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଘଷିପୁରା ଥାନା ଅଧିକାରୀ ରମାକାନ୍ତ ସାଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । 

ଗତ ରବିବାର ବିଳମ୍ବିତ ରାତିରେ ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ବାଲି ଚୋରି ଉପରେ ଚଢାଉ କରିବାକୁ ଆସିଥିବା ସମୟରେ ଘଷିପୁରା ଥାନା ବୈତରଣୀ ବ୍ରିଜ୍ ନିକଟ ସିଂହସାହି ଛକ ଠାରେ ୪-୫ଟି ଗାଡିରେ ଆସି ୧୫ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ସ୍କ୍ବାଡ୍ ଗାଡି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗାଡିର କାଚ ସବୁ ଭାଙ୍ଗି ଯାଇଥିଲା । ପରେ ଗାଡିରୁ ଥିବା ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ, ୩ ଜଣ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ପିଟି କ୍ଷତାକ୍ତ କରିଥିଲେ ।

You Can Read:

ଜଳିଗଲା ଚିପ୍ସ ବୋଝେଇ ହାଇଓ୍ବା, ଫେରାର ହୋଇଗଲେ ଡ୍ରାଇଭର ଓ ହେଲ୍‌ପର


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.