ବିଧାନସଭା ଶୀତ ଅଧିବେଶନ, ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ହେବ ଆଲୋଚନା

Published By : Prameya-News7 Bureau | December 04, 2024 IST

ଭୁବନେଶ୍ୱର ୦୪।୧୨: ବିଧାନସଭା ଶୀତ ଅଧିବେଶନ । ବୁଧବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଓ ଏସି/ଏସଟି ବିଭାଗର ଖର୍ଚ୍ଚଦାବି ଆଲୋଚନାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ବାତ୍ୟା କ୍ଷୟକ୍ଷତି, ବାତ୍ୟା ପରିଚାଳନା, କୋଟିଆ ସହ ବିଭିନ୍ନ ରାଜ୍ୟ ସହ ଥିବା ସୀମା ବିବାଦ ପ୍ରସଙ୍ଗ ଖର୍ଚ୍ଚଦାବି ଆଲୋଚନାରେ ଉଠାଇବେ ବିରୋଧୀ । ଡବଲ ଇଂଜିନ ସରକାର ସମୟରେ ସୀମା ବିବାଦ ନେଇ କି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର ସେ ନେଇ ଗୃହରେ ଘମାଘୋଟ ଆଲୋଚନା ହେବ । 

ସେହିପରି ଦିନକୁ ଦିନ ଆଦିବାସୀ ମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାର ନିର୍ଯାତନା ପ୍ରସଙ୍ଗ ବି ଖର୍ଚ୍ଚଦାବି ଆଲୋଚନାରେ ଉଠିବ। ରାଜ୍ୟରେ ଆଦିବାସୀ ମାନେ ଅସୁରକ୍ଷିତ ହୋଇ ପଡିଥିବାରୁ ଶାସକ ଦଳକୁ ଗୃହରେ ଘେରିବେ ବିରୋଧୀ । ପୁରୀରେ ହେବାକୁ ଥିବା ନୌସେନା ଦିବସରେ ବିଧାୟକ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ଥିବାରୁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ବିଧିକୁ ବାତିଲ କରାଯାଇଛି ।

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.