ସୁନ୍ଦରଗଡ୨୨/୧୧: ସୁନ୍ଦରଗଡରେ ଗଣହତ୍ୟା ମାମଲା । ଧରାପଡିଲେ୭ ଅଭିଯୁକ୍ତ । କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ବାନ୍ଧିଛି ସୁନ୍ଦରଗଡ ପୋଲିସର ସ୍ବତନ୍ତ୍ର ଟିମ୍ ।କାଳରାତି ଅକ୍ଟୋବର ୨୯ । ସଦର ଥାନା କରମଡିହି ନିକଟସ୍ଥ ଗୀତପଡାରେ ଘଟିଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ୨ ଯାଯାବର ଗୋଷ୍ଠୀ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । କାରଣ ଥିଲା ପରକୀୟା ପ୍ରୀତି । ସଂଘର୍ଷରେ ୩ ମହିଳା ଓ ୨ ପୁରୁଷଙ୍କ ଜୀବନ ଯାଇଥିଲା । ଘଟଣା ପରେ ଫେରାର ହୋଇଯାଇଥିଲେ ୭ ଅଭିଯୁକ୍ତ । ଅପରାଧୀଙ୍କୁ ଧରିବାକୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଛାନ୍ଭିନ୍ ଚଳାଇଥିଲା । ଦୀର୍ଘ ଦିନ ପରେ ଶୁକ୍ରବାର ସୁନ୍ଦରଗଡ ପୋଲିସକୁ ସଫଳତା ମିଳିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଲୁଚିଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।