ଭୁବନେଶ୍ବର ୮।୭: ମୁଣ୍ଡଳୀରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା ବେଳେ ଏହା ମୁଣ୍ଡଳୀରେ ପହଞ୍ଚିଛି । ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ।
ସେପଟେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମୁଣ୍ଡଳୀରେ ମଙ୍ଗଳବାର ସକାଳ ୬ଟାରୁ ୧.୧୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯାହା ସନ୍ଧ୍ୟା ସୁଦ୍ଧା ୪.୫୦ ଲକ୍ଷ କ୍ୟୁସେକ୍ରେ ପହଞ୍ଚିବ । ତେବେ ୯ ଲକ୍ଷ କ୍ୟୁସେକ୍ ହେଲେ ବନ୍ୟା ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଯାଇଛି । ବର୍ଷା ଆସିଲେ, ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସୁବର୍ଣ୍ଣରେଖା ରାଜଘାଟ ଠାରେ ବୁଧବାର ସନ୍ଧ୍ୟା ସୁଦ୍ଧା ସତର୍କ ସଂକେତକୁ ଯିବ । ହେଲେ ତା ପରେ ଆଉ ବଢିବ ନାହିଁ । କାରଣ ସେପଟ ଉପରମୁଣ୍ଡରେ ୧୦୦ ମି.ମି. ବର୍ଷା ହୋଇଛି । ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍ରୁ ବିଶେଷ ଜଳ ନିଷ୍କାସନ ହେଉନି । ବ୍ରାହ୍ମଣୀର ଦୁଇଟି ଗେଟ୍ରୁ ଜଳ ନିଷ୍କାସନ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
You Can Read:
ଝାରବନ୍ଧ ନାରାୟଣ ଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଜୋରଦାର, ଟିଫିନ୍ ବୋମା ସହ ଅନେକ ମାଓ ସାମଗ୍ରୀ ଜବତ