ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର : ଘର ଭିତରେ ପଶିଲା ପାଣି, ଅଖିଆ-ଅପିଆ ପରିବାର

Published By : Prameya-News7 Bureau | June 21, 2025 IST

ଭୋଗରାଇ ୨୧।୬: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ବିପଦ ସଙ୍କେତ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ସେପଟେ ଗାଁ ଗାଁରେ ପଶୁଛି ବନ୍ୟାପାଣି । ଲୋକେ ଭୟଭୀତ ଅବସ୍ତାରେ ଅଛନ୍ତି । ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଭୋଗରାଇ ବ୍ଲକ୍‌ର ଖଳାବଡ଼ିଆ, କୁଲ୍ହା, ବାଉଁଶ ଖଣା ଗ୍ରାମରେ ବନ୍ୟା ପାଣି ପଶିଛି । ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ଜଳମଗ୍ନ ହେବା ସହ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ  ହୋଇଛି । ପିଲାଛୁଆ, ଗୃହ ପାଳିତ ପଶୁକୁ ନେଇ ନଦୀବନ୍ଧରେ ସାହାରା ନେଉଛନ୍ତି ଲୋକେ । 

ସେପଟେ ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ଆସିବା ପରେ ଭୋଗରାଇ ବ୍ଲକର କୁଲ୍ହା ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଶୁକ୍ରବାର ଠାରୁ ଘର ଭିତରେ ପାଣି ପଶିଥିବା ବେଳେ ଏ ପର୍ଯ୍ୟନ୍ତ ଲୋକ  ଖାଦ୍ୟ ଖାଇ ନାହାନ୍ତି । ବନ୍ୟାରେ କିଛି ଆସବାବପତ୍ର ଭାସିଯାଇଥିବା ବେଳେ ନିଜ ପରିଶ୍ରମର ଫଳ ଧାନକୁ ଖଟ ଉପରେ ରଖି ବସିଛନ୍ତି ଲୋକ । ଆଉ କିଛି ପରିବାରର ଘର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଛାତ ଉପରେ ୨୪ ଘଣ୍ଟା ହେଲାଣି ନିଜ ନିଜର ଆସବାବପତ୍ର ନେଇ ବସିଛନ୍ତି । ଦୁଃଖର ବିଷୟ ଏ ପର୍ଯ୍ୟନ୍ତ କେହି ବି ପ୍ରଶାସନ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ନାହାନ୍ତି । ସେମାନେ ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ଚାହୁଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପାଖରେ ଡଙ୍ଗା ପହଞ୍ଚି ପାରୁନି । 


You Can Read:

ସୁସ୍ଥ ଜୀବନଶୈଳୀ ପାଇଁ ଯୋଗକୁ ଆପଣାଇବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.