ଏମିତି ୪ ଖେଳାଳି, ଯିଏ ଟେଷ୍ଟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ସ୍ଥାନ ନେଇ ପାରିବେ

Published By : Prameya-News7 Bureau | June 14, 2023 IST

ନୂଆଦିଲ୍ଲୀ: ରୋହିତ ଶର୍ମା ସଂପ୍ରତି ୩ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି। କିନ୍ତୁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ହାତରୁ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ରୋହିତଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠିଛି। ଏହା ମଧ୍ୟ ଖବର ଆସୁଛି ଯେ, ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ରୋହିତଙ୍କ ଟେଷ୍ଟ ଅଧିନାୟକତ୍ଵ ଉପରେ ବିଚାର କରିପାରେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୨ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜରେ ରୋହିତ ଦଳର ନେତୃତ୍ଵ ନେବେ।

ସଂପ୍ରତି ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳକୁ ଦେଖିଲେ ଦଳ ବେଶ ଅସନ୍ତୁଳିତ ରହିଛି। ଦଳର ଅଧିକାଂଶ ଖେଳାଳି ଭଲ ଫର୍ମରେ ନାହାନ୍ତି। ଯେଉଁ ଖେଳାଳି ଫର୍ମରେ ଥିଲେ ସେମାନେ ଆହତ କାରଣରୁ ବାହାରେ ଅଛନ୍ତି କିମ୍ବା ସେମାନଙ୍କୁ ସୁଯୋଗ ମିଳିନାହିଁ। ଏମିତିରେ ଯଦି ରୋହିତ ଶର୍ମାଙ୍କଠୁ ଟେଷ୍ଟ ଅଧିନାୟକ ଦାୟିତ୍ଵ କାଢି ନିଆଯାଏ ତେବେ କିଏ ଏହାର ମଙ୍ଗ ଧରିବ। ଏମିତି କିଛି ଖେଳାଳି ଅଛନ୍ତି ଯିଏ ରୋହିତ ଶର୍ମାଙ୍କ ସ୍ଥାନ ନେଇ ପାରିବେ।

୧ – ଆଜିଙ୍କ୍ୟ ରାହାଣେ

Ajinkya Rahane back in Indian team for WTC final; Suryakumar and Kuldeep  dropped : The Tribune India

ଭାରତୀୟ ଟେଷ୍ଟ ଦଳର ପୂର୍ବତନ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଅନେକ ସମୟ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ଜଣେ ଅଧିନାୟକ ଭାବେ ତାଙ୍କର ସଫଳତାହାର ବେଶ ଭଲ ରହିଛି। ସେ ଅଷ୍ଟ୍ରେଲିଆରେ ଭାରତର ନେତୃତ୍ଵ ନେଇ ଐତିହାସିକ ସିରିଜ୍ ବିଜୟ ଦେଇଥିଲେ।  ଏବେ ସେ ଦଳକୁ ଫେରି ସାରିଛନ୍ତି ଏବଂ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ସେ ଟେଷ୍ଟ ଅଧିନାୟକ ହେବା ପାଇଁ ଦାବିଦାର।

୨ – ଋଷଭ ପନ୍ତ

Rishabh Pant showered in praise for day one heroics

ଟେଷ୍ଟ ଅଧିନାୟକ ଦାବିଦାର ତାଲିକା ଋଷଭ ପନ୍ତଙ୍କ ନାମ ରହିଛି। ବର୍ତ୍ତମାନ ସେ ଆହତ ଅଛନ୍ତି। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ପରବର୍ତ୍ତୀ ଟେଷ୍ଟ ସିରିଜ୍ ପ୍ରାୟ ୬ ମାସ ପରେ ଖେଳିବ। ଆଶା କରାଯାଉଛି ସେତେବେଳକୁ ପନ୍ତ ଫିଟ୍ ହୋଇ ସାରିଥିବେ ଏବଂ ପଡ଼ିଆକୁ ଓହ୍ଲାଇ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳୁଥିବେ। ତାଙ୍କ ନାଁକୁ ବିସିସିଆଇ ବିଚାର କରିପାରେ।

୩ – ଶ୍ରେୟସ ଆୟର

Iyer ruled out of 4th Test vs AUS; BCCI shares update on IND star's injury  | Cricket - Hindustan Times

ଅଧିନାୟକ ପାଇଁ ଆଉ ଏକ ନାମ ହେଉଛି ଶ୍ରେୟସ ଆୟର। ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ଵ ନେଇ ସାରିଛନ୍ତି। ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ସେ ଅଧିନାୟକତ୍ଵ କରି ନାହାନ୍ତି। ଟେଷ୍ଟ କ୍ରିକେଟରେ ସେ ଅଧିନାୟକ ଭାବେ ସଫଳ ହୋଇ ପାରନ୍ତି ଏହାକୁ ଏଡ଼ାଇ ଦିଆଯାଇନପାରେ। ବର୍ତ୍ତମାନ ଶ୍ରେୟସ ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି।

୪ – ରଚିଚନ୍ଦ୍ରନ ଅଶ୍ଵିନ

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ବହୁତ କମ ବୋଲରଙ୍କୁ ମିଳିଛି। କିନ୍ତୁ ଅନିଲ କୁମ୍ବଲେ ଟେଷ୍ଟରେ ସଫଳତାର ସହ ଅଧିନାୟକ ଦାୟିତ୍ଵ ନିର୍ବାହ କରିଥିଲେ। ଯଦି ମ୍ୟାନେଜମେଣ୍ଟ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଅଧିନାୟକ କରିବାକୁ ଚାହିଁବ ତେବେ ସେ ଭଲ ବିକଳ୍ପ ହୋଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.