ଭୁବନେଶ୍ବର ୩୧।୭: ବୈତରଣୀରେ ବନ୍ୟା ଆଶଙ୍କା ନାହିଁ । ବର୍ତ୍ତମାନ ଆଖୁଆପଦା ଠାରେ ଜଳସ୍ତର ୧୮.୨୯ରେ ରହିଛି । ଆଖୁଆପଦାର ବିପଦ ସଂକେତ ଠାରୁ ଟିକେ କମ୍ ଆର୍ଥାତ ଆଖୁଆପଦାର ବିପଦ ସଂକେତ ସ୍ତର ୧୮.୩୩ । କିନ୍ତୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂଚନା ଅନୁଯାୟୀ ବୈତରଣୀରେ ଜଳସ୍ତର ଆଉ ବଢିବ ନାହିଁ । ତେଣୁ ବନ୍ୟା ହେବାର ଆଶଙ୍କା ନାହିଁ । ତଥାପି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗ ପର୍ଯ୍ୟନ୍ତ ଆମେ ପ୍ରସ୍ତୁତ ଅଛୁ । ଅନ୍ୟ କେଉଁଠି ବି ବନ୍ୟା ପରିସ୍ଥିତି ନାହିଁ । ବ୍ରାହ୍ମଣୀ, ବୁଢାବଳଙ୍ଗ ଏବଂ ମହାନଦୀରେ ବିପଦ ସଂକେତ ତଳେ ରହୁଛି ଜଳସ୍ତର । ଏବେ ହୀରାକୁଦରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦରେ ୪ ଲକ୍ଷ ୩ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ରେଙ୍ଗାଲିରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
You Can Read:
ହାତୀ ଆକ୍ରମଣରେ ମୃତ ୩ ଜଣଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟର ନିଲମ୍ବିତ