ଭୁବନେଶ୍ବର ୧୬।୧: ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ HMPVର କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ରାଜ୍ୟରୁ କେହି HMPV ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା HMPV ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ ଆସିଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ । ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ, କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ, ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
You Can Read:
ହେଲମେଟ୍ ପିନ୍ଧିଥିବା ଚାଳକଙ୍କୁ ଚକୋଲେଟ୍ ଦେଲେ, ଅମାନିଆଙ୍କୁ ରାସ୍ତାରେ ଅଟକାଇ ସଚେତନ କଲେ