ଏଣିକି ରାଜଧାନୀ ଆସିଲେ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି, ପ୍ରତି ଜିଲ୍ଲା ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍

Published By : Prameya-News7 Bureau | June 08, 2025 IST

ଭୁବନେଶ୍ବର ୮ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍ । ଏଣିକି ରାଜଧାନୀ ଆସିଲେ ଆଉ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି । ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ୧୦୦ କୋଠରୀର ଭବନ ।

ଅନେକ ଲୋକ ରାଜଧାନୀକୁ ସ୍ବାସ୍ଥ୍ୟସେବା ପାଇଁ ଆସନ୍ତି । ଶିକ୍ଷାଲାଭ ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଏଠାକୁ ଆସନ୍ତି । ଏଠି ରହିବା ପାଇଁ ସେମାନେ ହୋଟେଲ କିମ୍ବା ଅନ୍ୟ ସ୍ଥାନରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ ହାଉସ ପ୍ରସ୍ତୁତ ହେବ । ଯାହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ । ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ ହାଉସ୍ ହେବ । ୩୦ଜିଲ୍ଲା ପାଇଁ ରହିବ ୩ ହଜାର କୋଠରୀ । ପ୍ରତି ଜିଲ୍ଲା ନାଁରେ ଏହାକୁ ନାମିତ କରାଯିବ ।

You Can Read:

ଓଡ଼ିଶା ପାଇଁ ଭଲ ସମୟ ଆସୁଛି, ଆଗାମୀ ୫ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.