ନୂଆଦିଲ୍ଲୀ ୨୬।୦୮: ସାରା ଦେଶରେ ସୋମବାର ପାଳନ କରାଯାଉଛି ଜନ୍ମାଷ୍ଟମୀ । ଘରେ ଘରେ ପୂଜା ପାଉଛନ୍ତି ଭଗବାନ ଶ୍ରୀକୃଷ୍ଣ । କିନ୍ତୁ ଜାଣନ୍ତି କି ଶ୍ରୀକୃଷ୍ଣଙ୍କ ମହାନ ବିନାଶକାରୀ ଅସ୍ତ୍ର ବିଷୟରେ… ଯାହା ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କ ସହ ରହିଥାଏ ।
ଅନେକ ଦେବାଦେବୀଙ୍କର ନିଜର ଚକ୍ର ରହିଛି । ବିଷ୍ଣୁଙ୍କ ଚକ୍ରର ନାଁ ହେଉଛି କାନ୍ତା ଚକ୍ର ଏବଂ ଭଗବାନ ଶିବଙ୍କ ଚକ୍ର ହେଉଛି ଭବରେନ୍ଦୁ। ଭଗବାନ ଶ୍ରୀକୃଷ୍ଣଙ୍କର ଅସ୍ତ୍ର ହେଉଛି ସୁଦର୍ଶନ ଚକ୍ର। ଶ୍ରୀକୃଷ୍ଣ ଧାରଣ କରିଥିବା ସୁଦର୍ଶନ ଚକ୍ର ସବୁଠାରୁ ଶକ୍ତିଶାଳୀ ।
ପୁରାଣ ଅନୁଯାୟୀ ଏହି ଚକ୍ର ଭଗବାନ ଶିବଙ୍କ ଦ୍ୱାରା ନିର୍ମିତ । ଶ୍ରୀକୃଷ୍ଣଙ୍କ ଆଉ ଏକ ଅସ୍ତ୍ରର ନାଁ ହେଉଛି ବଂଶୀ । ଯାହା ଏକ ବାଦ୍ୟଯନ୍ତ୍ର । ବଂଶୀ ବାୟୁ ସାହାଯ୍ୟରେ ମିଠା ଧ୍ୱନି ସୃଷ୍ଟି କରେ । ବଂଶୀ ସାହାଯ୍ୟରେ ଭଗବାନ କୃଷ୍ଣ ନିଜ ଚାରିପାଖରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାନ୍ତି । ବଂଶୀ ଭିତରେ ଲୁଚି ରହିଥିବା ଛିଦ୍ରଗୁଡିକ ଶ୍ରୀକୃଷ୍ଣଙ୍କ କୃପାରୁ ଶରୀରର ସମସ୍ତ ଚକ୍ର ଆରୋଗ୍ୟ କରିଥାଏ ।
ଭଗବାନ କୃଷ୍ଣଙ୍କୁ ବଂଶୀ ଅର୍ପଣ କରିବା ଦ୍ବାରା ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କର ଆଉ ଏକ ଅସ୍ତ୍ର ହେଉଛି ସମ୍ମୋହନ । ଏହା ସାହାଯ୍ୟରେ ଶ୍ରୀକୃଷ୍ଣ ଅନେକଙ୍କୁ କରିଛନ୍ତି ବଶୀଭୂତ।କୁହାଯାଏ ସମ୍ମୋହନ ସାହାଯ୍ୟରେ ଅନେକ ରୋଗ ଭଲ ହୋଇପାରେ ।
ଭଗବାନ ଶ୍ରୀକୃଷ୍ଣଙ୍କର ଅଦ୍ଭୁତ ସମ୍ମୋହନର କଳା ରହିଥିଲା । ଯେଉଁଥିପାଇଁ ଶ୍ରୀକୃଷ୍ଣଙ୍କୁ ମୋହନ ମଧ୍ୟ କୁହାଯାଏ । ଏହି ସମ୍ମୋହନ ବଳରେ ଶ୍ରୀକୃଷ୍ଣ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିଥିଲେ । ଜୟଦ୍ରଥଙ୍କ ବଦ୍ଦ ହେଉଛି ଏହାର ସବୁଠାରୁ ବଡ଼ ଉଦାହରଣ ।