ଗୁରୁବାର ଦିନ ହଳଦୀ ସହ ଜଡିତ କରନ୍ତୁ କିଛି ଖାସ୍ ଉପାୟ, ଚମକି ଉଠିବ ଭାଗ୍ୟ !

Published By : Prameya-News7 Bureau | September 12, 2024 IST

ନୂଆଦିଲ୍ଲୀ ୧୨।୦୯: ରୋଷେଇ ଘରେ ମିଳୁଥିବା ହଳଦୀ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ସ୍ବାସ୍ଥ୍ୟ ବ୍ୟତୀତ ବାସ୍ତୁଶାସ୍ତ୍ରରେ ରହିଛି ଏହାର ବେଶ୍ ମହତ୍ବ । ଭଗବାନ ବିଷ୍ଣୁ ଏବଂ ଭଗବାନ ଗଣେଶଙ୍କ ଅତ୍ୟନ୍ତ ପ୍ରିୟ ଅଟେ ହଳଦୀ । ଭଗବାନଙ୍କୁ ହଳଦୀ ଅର୍ପଣ କରିବା ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । 

ବାସ୍ତୁ ଅନୁଯାୟୀ ହଳଦୀ ଲୋକଙ୍କ ଜୀବନରୁ କଷ୍ଟ ଦୂର କରିବାରେ ସାହାଯ୍ୟ କରିଥାଏ । ହଳଦୀ ଘରକୁ ସୁଖ-ସମୃଦ୍ଧତା ଘରକୁ ଆଣିଥାଏ । ଯଦି କୌଣସି ସ୍ଥାନରେ ଟଙ୍କା ଅଟକି ରହିଛି ତେବେ କିଛି ଚାଉଳକୁ ହଳଦୀରେ ମିଶାଇ ଦିଅନ୍ତୁ । ଏହାପରେ ହଳଦୀ ଏବଂ ଚାଉଳକୁ ଏକ ନାଲି କପଡାରେ ବାନ୍ଧି ପର୍ସରେ ରଖନ୍ତୁ । 

ଘରେ ସୁଖ ଏବଂ ଶାନ୍ତି ବୃଦ୍ଧି କରିବା ଏବଂ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ମୁଖ୍ୟ ପ୍ରବେଶ ଦ୍ବାରରେ ହଳଦୀ ପାଣି ଛିଞ୍ଚନ୍ତୁ । ଏହା ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ । ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦୀ ଅର୍ପଣ କରନ୍ତୁ । 

ଭଗବାନ ବିଷ୍ଣୁ ଏଥିରେ ସନ୍ତୁଷ୍ଟ ହୋଇଥାନ୍ତି । ବିବାହରେ ଆସୁଥିବା ପ୍ରତିବନ୍ଧକକୁ ହଳଦୀ ସାହାଯ୍ୟରେ ଦୂର କରାଯାଇପାରିବ । ଏଥିପାଇଁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଏକ ଚାମଚ ହଳଦୀ ଅର୍ପଣ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.