ମୁମ୍ଵାଇ ୧୯।୦୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ଫିଲ୍ମ ଆଦିପୁରୁଷ। ପ୍ରଭାସ, କ୍ରିତି ସାନନ, ସନ୍ନି ସିଂ, ଦେବଦତ୍ତ ନାଗେ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅନେକ ସହାୟକ ଅଭିନେତା ଥିଲେ। କିନ୍ତୁ ଏସବୁ ମଧ୍ୟରେ ଜଣେ ଅଭିନେତ୍ରୀ ଥିଲେ ଯିଏକି ପ୍ରାୟ ୨ମିନିଟ୍ ପାଇଁ ଏହି ଫିଲ୍ମରେ ଅଭିନୟ କରିଥିଲେ । ଏଥିପାଇଁ ପ୍ରଚୁର ଫି’ ଆଦାୟ କରିଥିଲେ ।
ଫିଲ୍ମ ଆଦିପୁରୁଷରେ ଲଙ୍କାପତୀ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ଭୂମିକାରେ ସୋନାଲ ଚୌହାନ ନଜର ଆସିଛନ୍ତି। ଫିଲ୍ମରେ ସୋନାଲଙ୍କ ଚରିତ୍ର ବହୁତ ଛୋଟ ଏବଂ ସେ ୫ରୁ ୧୦ ମିନିଟ୍ ପରଦାରେ ନଜର ଆସିଛନ୍ତି। ଏଥିପାଇଁ ମଧ୍ୟ ତାଙ୍କୁ ବହୁତ ଫି ମିଳିଛି । ଏକ ରିପୋର୍ଟ ଅନୁଯାୟୀ ସୋନାଲ ଚୌହାନଙ୍କୁ ଆଦିପୁରୁଷ ପାଇଁ ୧.୫ କୋଟି ଫି ଦିଆଯାଇଛି। ଏହି ଫିଲ୍ମରେ ସୋନାଲ ବହୁତ ସୁନ୍ଦର ଦେଖାଯାଉଛନ୍ତି।
{"id":805532,"sizeSlug":"full","linkDestination":"none"}ସୋନାଲ ଚୌହାନଙ୍କ ବ୍ୟତୀତ ଯଦି ଆମେ ବାକି କାଷ୍ଟର ଫି’ ବିଷୟରେ କହିଥାଉ। ତେବେ ଏହି ଫିଲ୍ମରେ ଲକ୍ଷ୍ମଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ସନ୍ନି ସିଂଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମିଳିଛି। ସୈଫ ଅଲି ଖାନଙ୍କୁ ୧୫ କୋଟି ଟଙ୍କା ମିଳିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଭାସଙ୍କୁ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଜାନକୀଙ୍କ ଭୂମିକାରେ ଅଭିନୟ କରୁଥିବା କ୍ରିତି ସାନନଙ୍କୁ ପ୍ରାୟ ୫ କୋଟି ଟଙ୍କା ମିଳିଛି।
wp:embed {"url":"https://www.prameyanews7.com/deepika-ranveer-seen-together-after-a-long-time-danced-at-karan-deols-reception/","type":"wp-embed","providerNameSlug":"prameya-news-7"} /wp:embed