ମୁମ୍ଵାଇ ୦୪।୦୨; ଗାଈଟିଏର ମୂଲ୍ୟ କେତେ ଟଙ୍କା ହେଇଥିବ। ଏହି ପ୍ରଶ୍ନ ସମସ୍ତଙ୍କୁ ଜଣା । କିଏ ଅତି ବେଶୀରେ ୫୦ ହଜାର ବା ଲକ୍ଷେ ଟଙ୍କା କହିବେ। ହେଲେ ବ୍ରାଜିଲରେ ବିକ୍ରି ହୋଇଛି ବିଶ୍ବର ସବୁଠାରୁ ମହଙ୍ଗା ଗାଈ। ଏହି ଗାଈର ଦାମ୍ ଶୁଣିଲେ ଆପଣଙ୍କ ଉଡିଯିବ ହୋସ । ନେଲୋର ପ୍ରଜାତିର ଏହି ଗାଈଟି ବ୍ରାଜିଲରେ ବିକ୍ରି ହୋଇଛି।
ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଈର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ଏହି ଗାଇଟିର ଓଜନ ୧୧୦୧ କେଜି। ଏହି ବ୍ରିଡର ଅନ୍ୟ ଗାଈ ମାନଙ୍କ ଅପେକ୍ଷା ଏହାର ଓଜନ ଦୁଇ ଗୁଣ ଅଧିକ ରହିଛି । ଓଙ୍ଗଲ କ୍ୟାଟେଲ ନାମରେ ପରିଚିତ ଏହି ପ୍ରଜାତିର ଗାଇ ଆନ୍ଧ୍ରପ୍ରଦେଶରେ ହିଁ ଦେଖିବାକୁ ମିଳିଥାଏ। ବ୍ରାଜିଲକୁ ୧୮୦୦ ଶତାବ୍ଦୀରେ ଏହି ପ୍ରଜାତିର ଗାଈ ପ୍ରଥମ ଥର ଯାଇଥିଲା। ପରବର୍ତ୍ତୀ ସମୟରେ ଓଙ୍ଗଲ କ୍ୟାଟେଲରୁ ଏହାର ନାମ ପରିବର୍ତ୍ତନ କରାଯାଇ ନେଲୋର କ୍ୟାଟେଲ କରାଯାଇଥିଲା।
ଏହି ପ୍ରଜାତିର ଗାଈ ମୁଖ୍ୟତଃ ଭାରତର ଓଙ୍ଗୋଲ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଅନୁସାରେ ଏହି ଗାଈଙ୍କ ପ୍ରଜାତିର ନାମକରଣ କରାଯାଇଥାଏ। ମୁଖ୍ୟତଃ ଜେନେଟିକ କ୍ବାଲିଟି କାରଣରୁ ଜାପାନର ୱାଗୟୁ ଓ ଭାରତର ବ୍ରାହ୍ମଣ ପ୍ରଜାତିର ଗାଈ ଗୁଡିକ ଅଧିକ ଦାମ୍ରେ ବିକ୍ରି ହୋଇଥାନ୍ତି। ଏହି ଦୁଇ ପ୍ରଜାତିର ଗାଇ ଅତ୍ୟଧିକ ଗରମ ପରସ୍ଥିତିରେ ନିଜକୁ ଆଡଜଷ୍ଟ କରି ପାରନ୍ତି।