ନୂଆଦିଲ୍ଲୀ: ଭାରତୀୟ ଦଳ ସଂପ୍ରତି ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଆଜିଠୁ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହା ପରେ ଜୁଲାଇ ୨୭ରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ। ଦିନିକିଆ ସିରିଜ୍ ପରେ ଟି-୨୦ ଶୃଙ୍ଖଳା ଆୟୋଜନ ହେବ। ଏହା ପରେ ଭାରତ ଆୟରଲାଣ୍ଡ ଗସ୍ତ କରିବ। ତେବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜରେ ଓ୍ଵିକେଟ୍ କିପର ଭାବେ ଦଳରେ ଦୁଇ ଜଣ ଖେଳାଳି ଅଛନ୍ତି। ଏହି ଦୁଇ ଓ୍ଵିକେଟ୍ କିପର ବ୍ୟାଟର ହେଉଛନ୍ତି ଇଶା କିଷନ ଏବଂ ସଞ୍ଜୁ ସାମସନ।
wp:heading {"level":4}ଅଧିକ ପଢନ୍ତୁ- ଏସିଆ କପ୍ ପାଇଁ କାର୍ଯ୍ୟସୂଚୀ ଘୋଷିତ: ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ, ୧୭ରେ ଫାଇନାଲ୍
/wp:headingଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦଳୀୟ ପ୍ରବନ୍ଧକ ଅଧିକ ମ୍ୟାଚ୍ରେ ଇଶାନ କିଷନଙ୍କୁ ସୁଯୋଗ ଦେବେ। କାରଣ ସେ ଜଣେ ବାମହାତୀ ବ୍ୟାଟର ଏବଂ ମଧ୍ୟକ୍ରମରେ ବ୍ୟାଟିଂ କରିବେ। ଏସିଆ କପ୍ ୨୦୨୩କୁ ଦୃଷ୍ଟିରେ ରଖି ଦଳ ପ୍ରବନ୍ଧକ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି। କିଛି ମ୍ୟାଚ୍ରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ। ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଇଶାନ କିଷନଙ୍କ ପାଇଁ ମୁସ୍କିଲ ହୋଇପାରେ। କିନ୍ତୁ ଆୟରଲାଣ୍ଡ ବିପକ୍ଷ ପୂରା ସିରିଜ୍ରେ ସଞ୍ଜୁ ସାମସନ ଓ୍ଵିକେଟ୍ କିପର ଦାୟିତ୍ଵ ସମ୍ଭାଳିବେ।
ଏଏନଆଇ ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଆୟରଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଓ୍ଵିକେଟ୍ କିପର ଦାୟିତ୍ଵ ସମ୍ଭାଳୁଥିବା ବେଳେ ଇଶାନ କିଷନଙ୍କୁ ଏସିଆ କପ୍ ୨୦୨୩ ପାଇଁ ବିଶ୍ରାମ ଦିଆଯିବ। ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଅଗଷ୍ଟ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୩ରେ ସରିବ।
wp:heading {"level":4}ଅଧିକ ପଢନ୍ତୁ- WTCରେ କିଏ ମାରିଛି ସର୍ବାଧିକ ଶତକ ? ଲିଷ୍ଟରେ ଜଣେ ମାତ୍ର ଭାରତୀୟ…
/wp:headingସଞ୍ଜୁ ସାମସନ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୩ ଜାନୁଆରୀ ୩ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ଶ୍ରୀଲଙ୍କା ବିପକ୍ଷ ଟି-୨୦ର ଉକ୍ତ ମ୍ୟାଚ୍ରେ ସେ ଆହାତ ହୋଇଥିଲେ ଏବଂ ପୂରା ସିରିଜ୍ରୁ ବାଦ୍ ପଡ଼ିଥିଲେ। ଏହା ପରେ ପରବର୍ତ୍ତୀ ସିରିଜ୍ରେ ତାଙ୍କୁ ସୁଯୋଗ ମିଳିନ ଥିଲା। କିନ୍ତୁ ଚୟନକର୍ତ୍ତା ତାଙ୍କ ଉପରେ ଭରସା ପ୍ରକଟ କରି ଓ୍ଵେଷ୍ଟଇଣ୍ଡିଜ ଏବଂ ଆୟରଲାଣ୍ଡ ବିପକ୍ଷ ସିରିଜ୍ରେ ଦଳରେ ସ୍ଥାନ ଦେଇଛନ୍ତି।