ନୂଆଦିଲ୍ଲୀ ୦୯।୧୨: ଭାରତରେ ଅରବପତିଙ୍କ ଦବଦବା । ବୃଦ୍ଧି ପାଇବାରେ ଲାଗିଛନ୍ତି ବିଲେନିୟର। ଦେଶରେ ବର୍ତ୍ତମାନ ଅଛନ୍ତି ୧୮୫ ଅରବପତି । ମାତ୍ର ୨୦୨୪ରେ ଯୋଡି ହୋଇଛନ୍ତି ୩୨ ଜଣ । ଭାରତଠାରୁ ଆଗରେ କେବଳ ରହିଛି ଆମେରିକା-ଚୀନ୍ । UBSର ରିପୋର୍ଟରେ ହୋଇଛି ଖୁଲାସା…
୧୦ ବିଲେନିୟର ଆମ୍ବିସନ୍ ରିପୋର୍ଟ ଅନୁଯାୟୀ, କେବଳ ଗୋଟିଏ ବର୍ଷରେ ୩୨ ଜଣ ନୂଆ ଅରବପତି ଏହି ତାଲିକାରେ ଯୋଡି ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି କି ଗତ ବର୍ଷ ଭାରତୀୟ ଅରବପତିଙ୍କ ସଂଖ୍ୟା ୧୫୩ ଥିଲା। ୨୦୨୪ ମସିହାରେ ଏମାନଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ଗୋଟିଏ ବର୍ଷ ମଧ୍ୟରେ ଅରବପତିଙ୍କ ମୋଟ ସମ୍ପତ୍ତି ୩୨ ବୃଦ୍ଧି ପାଇଛି ।
ବର୍ତ୍ତମାନ ଅରବପତିଙ୍କ ସଂଖ୍ୟାରେ କେବଳ ଆମେରିକା ଏବଂ ଚୀନ୍ ଭାରତଠାରୁ ଉର୍ଦ୍ଧ୍ୱରେ ରହିଛନ୍ତି । କୋଟିପତିଙ୍କ ସଂଖ୍ୟା ଦୃଷ୍ଟିରୁ ଚୀନ୍ ଭାରତଠାରୁ ଆଗରେ ଥିଲେ ମଧ୍ୟ ବର୍ଷକରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଚାଇନାରେ ୨୦୨୪ ମସିହାରେ ୯୩ ଅରବପତିଙ୍କ ସଂଖ୍ୟା ହ୍ରାସ ପାଇଛି । ଅପରପକ୍ଷେ ଆମେରିକାରେ ୮୪ ଅରବପତି ଯୋଡି ହୋଇଛନ୍ତି ।
୨୦୨୩ ମସିହାରେ ଚାଇନାରେ ୫୨୦ ଅରବପତି ରହିଥିଲେ । କିନ୍ତୁ UBS ରିପୋର୍ଟ ଅନୁଯାୟୀ ୨୦୨୪ ମସିହାରେ ଏହି ସଂଖ୍ୟା ୪୨୭କୁ ଖସି ଆସିଛି । ବିଶ୍ବରେ ଏକ ଦଶନ୍ଧି ମଧ୍ୟରେ ବିଲିୟନେୟାରଙ୍କ ସଂଖ୍ୟାରେ ଏକ ବଡ ପରିବର୍ତ୍ତନ ଆସିଛି । ଏହା ୨୦୧୫ରେ ୧୭୫୭ରୁ ବଢି ୨୦୨୪ରେ ୨୬୮୨କୁ ବୃଦ୍ଧି ପାଇଛି।