ଚଳିତବର୍ଷ ପ୍ରମେୟ ‘ଗୃହଲକ୍ଷ୍ମୀ’ କ୍ରାଉନ ପିନ୍ଧିଲେ ମିନତୀ ସାହୁ, ଖବର କାଗଜ ବିତରକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏଭଳି ପଦକ୍ଷେପ

Published By : Prameya-News7 Bureau | December 28, 2024 IST

କଟକ ୨୮।୧୨: ମହିଳା ମାନେ ଆତ୍ମବିଶ୍ୱାସୀ ହୋଇପାରିଲେ ପରିବାରର ସ୍ଥିତି ମଜଭୁତ ହୋଇପାରିବ । ଖବରକାଗଜ ବିତରକ ମାନଙ୍କର ଗୃହିଣୀ ମାନଙ୍କୁ ସମ୍ମାନିତ କରିବା ଅବସରରେ ଏହି ବାର୍ତ୍ତା ଦେଇଛି ପ୍ରମେୟ ପରିବାର । ଚଳିତ ବର୍ଷ ପ୍ରମେୟ ଗୃହଲକ୍ଷ୍ମୀ ସମ୍ମାନର ଅଧିକାରିଣୀ ହୋଇଛନ୍ତି ମିନତୀ ସାହୁ । ଏକ ଭବ୍ୟ ସମାରୋହ ଭିତରେ ତାଙ୍କୁ ସମ୍ମାନିତ କରାଯାଇଛି । ମିନତୀଙ୍କ ସହ ଅନ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରିଛି ପ୍ରମେୟ ଓ ନ୍ୟୁଜ ସେଭେନ ପରିବାର ।

ଓଡ଼ିଆ ଘରର ଚଳଣି ମୁତାବକ ହୋଇଥିଲା ପ୍ରତିଯୋଗିତା । ଶଙ୍ଖ ବଜାଇବା ସହିତ ମୁରୁଜ ଆଙ୍କିବାରେ ମଗ୍ନ ଥିଲେ ଶତାଧିକ ମହିଳା । ପ୍ରମେୟ ଖବର କାଗଜ ବିତରକ ମାନଙ୍କ ଭିତରେ ଉତ୍ସାହ ଭରିବା ଲାଗି ଏଭଳି ଏକ ପଦକ୍ଷେପ ନିଆଯାଇଛି । ବିତରକ ମାନଙ୍କର ପରିବାରକୁ ଏକାଠି କରାଇବା ଏବଂ ଗୃହିଣୀ ମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭାକୁ ବିକଶିତ କରିବା ଦିଗରେ ପ୍ରମେୟ ପରିବାର ଆରମ୍ଭ କରିଛି ଗୃହଲକ୍ଷ୍ମୀ ପ୍ରତିଯୋଗିତା । ତେବେ ଚଳିତ ବର୍ଷ ଶତାଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ମିନତୀ ସାହୁ ଗୃହଲକ୍ଷ୍ମୀ କ୍ରାଉନ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଜେତା ହୋଇଛନ୍ତି ମାନେ ମିନତୀ ଖୁସି ହେବାଟା ତ ସ୍ୱାଭାବିକ କିନ୍ତୁ ଅନ୍ୟ ଯେଉଁ ପ୍ରତିଯୋଗୀ ମାନେ ଏଥିରେ ସାମିଲ ହୋଇଥିଲେ, ସେମାନଙ୍କ ଖୁସି କହିଲେ ନସରେ ।

ଖବରକାଗଜ ବିତରକ ମାନଙ୍କର ଜୀବନଚର୍ଯ୍ୟା ହେଉଛି ସମ୍ପୂର୍ଣ୍ଣ ଅଲଗା । ତେଣୁ ସେମାନଙ୍କ ପରିବାରର ସମସ୍ତ ଭଲ ମନ୍ଦକୁ ଯଦି କେହି ସମ୍ଭାଳିଛନ୍ତି, ତେବେ ସେମାନେ ହେଲେ ବିତରକ ମାନଙ୍କର ଗୃହିଣୀ । ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଏକ ପ୍ଲାଟଫର୍ମ ଦେବାଲାଗି ପ୍ରମେୟ ପରିବାର ଚେଷ୍ଟା ଜାରି ରଖିଛି । ସେଥିପାଇଁ ତ ଓଡ଼ିଆ ଚଳଣିକୁ ଦୃଷ୍ଟିରେ ରଖି ଝୋଟି ଏବଂ ଶଙ୍ଖ ନାଦର ପ୍ରତିଯୋଗିତା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଆଗକୁ ଆହୁରି ଅନେକ କିଛି କରିବାର ଲକ୍ଷ ବି ରଖାଯାଇଛି । ଯେଉଁଥିରେ କେବଳ ମହିଳା ନୁହଁନ୍ତି ବରଂ ବିତରକ ମାନଙ୍କର ପୁରା ପରିବାର ସାମିଲ ହୋଇପାରିବେ । ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିଲେ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଏବଂ ସମ୍ବାଦ ପାଠିକା ସ୍ନେହଲତା ମିଶ୍ର । 



You Can Read:

ମହାପ୍ରଭୁଙ୍କ ରତ୍ନ ଗଣତି ମଣତି କାର୍ଯ୍ୟ କୁଶଳୀ କାରିଗର ମାନେ ସମ୍ପାଦନ କରିପାରିବେ : ଜଷ୍ଟିସ ବିଶ୍ୱନାଥ ରଥ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.