କାର୍ ଓ ବାଇକ୍‌ରେ ଗଞ୍ଜେଇ ଚାଲାଣ, ୨ କ୍ଵିଣ୍ଟାଲ ଗଞ୍ଜେଇ ସହ ୩ ଗିରଫ

Published By : Prameya-News7 Bureau | April 07, 2025 IST

ବୌଦ୍ଧ ୭: ଚୋରାରେ ହେଉଥିଲା ଗଞ୍ଜେଇ ଚାଲାଣ । ପୋଲିସ ଚଢାଉ କରି ଧରିପକାଇଲା । କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବଡବଙ୍କାପଡ଼ା ଠାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, କାର୍ ଓ ବାଇକ୍‌ରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ବଡବଙ୍କାପଡ଼ା ଠାରେ ଆଦର୍ଶ ଥାନା ପୋଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ପୋଲିସ ୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିବା ସହ କାର୍ ଓ ବାଇକ୍ ଜବତ କରିଛି । ଏହାସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । 

ଗିରଫ ଅଭିଯୁକ୍ତ ୩ଜଣ ହେଲେ ଜିତେନ୍ଦ୍ର ମହାକୁଲ, ନିଲାଞ୍ଚଲ ଘିବିଲା ଓ ଦୁର୍ଯୋଧନ ବିଶି । ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

You Can Read:

ବାଇକ୍ ଦୁର୍ଘଟଣା ପରେ ବିସ୍ଫୋରଣ ହେଲା ବୋମା : ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.