ନୂଆଦିଲ୍ଲୀ ୧୯।୦୨: ଭାରତରେ ରେଲବାଇରେ ପ୍ରତିଦିନ କୋଟିକୋଟି ଯାତ୍ରୀ ଯାତ୍ରା କରିଥାନ୍ତି । ଦେଶର ଲାଇଫ୍ ଲାଇନ୍ ହେଉଛି ରେଲଓ୍ବେ । ସେହିପରି ମେଟ୍ରୋ ଟ୍ରେନ୍ ମହାନଗରୀର ଲାଇଫ୍ଲାଇନ୍ କହିଲେ କିଛି ଭୁଲ୍ ହେବନି । କିନ୍ତୁ ଆପଣ ଜାଣନ୍ତି କି ମେଟ୍ରୋ ଏବଂ ରେଲଓ୍ବେ ଟ୍ରେନ୍ ପ୍ରତିଦିନ କେତେ ବିଦ୍ୟୁତ ଖର୍ଚ୍ଚ କରିଥାଏ ?
ମହାନଗରୀରେ ମେଟ୍ରୋରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି । ମେଟ୍ରୋ ବିଦ୍ୟୁତ ଦ୍ବାରା ଚାଲିଥାଏ । ସେହିପରି ଭାରତର ଅଧିକାଂଶ ରୁଟ୍ରେ ଟ୍ରେନ୍ ବିଦ୍ୟୁତରେ ଚାଲିଥାଏ । ପ୍ରତିଦିନ ଭାରତୀୟ ରେଳବାଇ ଦ୍ୱାରା ୧୩ ହଜାରରୁ ଅଧିକ ଟ୍ରେନ୍ ଚାଲୁଛି । ପ୍ରତିଦିନ କୋଟି କୋଟି ଯାତ୍ରୀ ଏହି ଟ୍ରେନ ଜରିଆରେ ଯାତ୍ରା କରନ୍ତି । ଟ୍ରେନଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ କରିଥାଏ । ଯେଉଁ କାରଣରୁ ବିଦ୍ୟୁତ୍ ମଧ୍ୟ ଖର୍ଚ୍ଚ ହୁଏ।
ସୂଚନା ଅନୁଯାୟୀ, ଭାରତୀୟ ଟ୍ରେନଗୁଡ଼ିକରେ ନନ୍-ଏସି କୋଚ୍ ଗୋଟିଏ ଘଣ୍ଟାରେ ୧୨୦ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି । ସେହି ସମୟରେ ଭାରତୀୟ ଟ୍ରେନଗୁଡ଼ିକରେ ଏସି କୋଚ୍ ପ୍ରତି ଘଣ୍ଟାରେ ପ୍ରାୟ ୨୧୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରନ୍ତି । କହିରଖୁ କି ରେଳବାଇ ପ୍ରତି ୟୁନିଟ୍ ପାଇଁ ପ୍ରାୟ ୭ ଟଙ୍କାରେ କିଣିଥାଏ ବିଦ୍ୟୁତ୍ ।
ତେବେ ପ୍ରତି ସହରରେ ବିଦ୍ୟୁତ୍ ବ୍ୟବହାର ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ ଦିଲ୍ଲୀର DMRC ଅନୁଯାୟୀ, ମେଟ୍ରୋ ସହରର ବିଦ୍ୟୁତ୍ ଉତ୍ପାଦନର ୨.୫ ପ୍ରତିଶତ ବ୍ୟବହାର କରେ। ଯେତେବେଳେ ଦିଲ୍ଲୀ ମେଟ୍ରୋକୁ ପ୍ରତିଦିନ ୩୦ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ।
ଏବେ ଆପଣ ନିଶ୍ଚୟ ଭାବୁଥିବେ ଯେ ଦିଲ୍ଲୀ ମେଟ୍ରୋ ଏତେ ବିଦ୍ୟୁତ୍ କେଉଁଠାରୁ ଆଣେ ? କହି ରଖୁ କି DMRC ତିନୋଟି ରାଜ୍ୟ ଦିଲ୍ଲୀ, ୟୁପି ଏବଂ ହରିୟାଣାର ବିଦ୍ୟୁତ୍ କମ୍ପାନୀଗୁଡ଼ିକଠାରୁ ୨୦ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ପାଇଥାଏ । ଆଉ ଏହାକୁ ମେଟ୍ରୋରେ ବ୍ୟବହାର କରିଥାଏ ।