ବିନିକା ୧୩।୩: ଭାଗ ଚାଷକୁ ଗଣ୍ଡଗୋଳ । ପରେ ପାଣି ମଡ଼ାକୁ ନେଇ ଝଗଡ଼ା । ଝଗଡ଼ାରୁ ନିର୍ମମ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୂରସିଂହା ଘଟିଥିଲା ହତ୍ୟା ଘଟଣା । ହତ୍ୟା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଟାଙ୍ଗିଆ ଓ ବାଉଁଶ ବାଡ଼ି ଜବତ କରିଛି ପୋଲିସ । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଓ ମୃତକ ଜଣେ ମାଲିକଙ୍କ ଜମିକୁ ଭାଗ ଚାଷ କରୁଥିଲେ । ତେବେ ଉଭୟେ ସମସ୍ତ ଜମିକୁ ଏକା ଚାଷ କରିବାକୁ ଚାହୁଁଥିଲେ । ତେଣୁ ବିଭିନ୍ନ ସମୟରେ ଉଭୟଙ୍କ ପରିବାର ମଧ୍ୟରେ ଝଗଡ଼ା ଲାଗିରହୁଥିଲା । ଗତ ସୋମବାର ସନ୍ଧ୍ୟା ସମୟରେ ପାଣି ମଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଅଭିଯୁକ୍ତ ମାନେ କାର୍ତ୍ତିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ଲଚ୍ଛିପୁର ପୋଲିସ ଅଭିଯୁକ୍ତ ଦଇତାରୀ ପଧାନ ଓ ଶୁକୃ ଭୋଇଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।
You Can Read:
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା ‘ମା’ ସମଲେଶ୍ବରୀ’ : ଜଣେ ମୃତ, ୩୦ ଯାତ୍ରୀ ଆହତ