ସୁନ୍ଦରଗଡ଼ ୧୩।୩: ହରାଇଲା ଭାରସାମ୍ୟ, ଓଲଟିପଡ଼ିଲା ରାସ୍ତା କଡ଼କୁ । ଦୁର୍ଘଟଣାଗ୍ରସ୍ତ ହେଲା ଘରୋଇ ବସ୍ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ସିକାଯୋରରୁ ସୁନ୍ଦରଗଡ଼ ଆସୁଥିବା ବେଳେ ‘ମା’ ସମଲେଶ୍ବରୀ’ ନାମକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟାଙ୍ଗରମୁଣ୍ଡା ନିକଟରେ ବସ୍ ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇଥିଲା, ପରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ବସ୍ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି, ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
You Can Read:
ଶୋଇଥିବା ବେଳେ ଖସିପଡ଼ିଲା ଚାଳ : ଚାଲିଗଲା ବାପାଙ୍କ ଜୀବନ, ବର୍ତ୍ତିଗଲେ ୨ ନାବାଳକ