ପାଟଣା ୧୯।୦୬ : ଲଗାଣ ବର୍ଷାରେ ପ୍ରଭାବ । କେନ୍ଦୁଝର ଜିଲ୍ଲା ସାହାରପଡ଼ା ଅଞ୍ଚଳ ଉପରମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏପିରିକି କୁମୁଳାବାହାଳୀ ନିକଟ ତେଲ ନଦୀ ଉପରେ ୨ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ସାହାରପଡ଼ା ବ୍ଲକ ଦାମାହୁଡ଼ା ଠାରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାକୁ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଛି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ୩୫.୦୪ ମିଲିମିଟର, ପାଟଣା ବ୍ଲକ ଅଞ୍ଚଳରେ ୪୬ ମିଲିମିଟର ବର୍ଷା ହେବା ସହ ଚମ୍ପୁଆ ଅଞ୍ଚଳରେ ୬୧.୦୨ ମିଲିମିଟର ବର୍ଷା ହୋଇଛି । ଯାହାଫଳରେ ବୈତରଣୀ ନଦୀର ଜଳସ୍ରୋତ ମଧ୍ୟ ବୃଦ୍ଧି ପାଉଛି । ଆଗକୁ ଯଦି ଏହିପରି ବର୍ଷା ଲାଗି ରହିବ । ତେବେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।