ନୀଳଗିରି ୨୭।୮: ଟ୍ରାପ୍ କ୍ୟାମେରାରୁ ଧରାପଡିଲେ ଦୁଇ ଶିକାରୀ । କୁଲଡିହା ଅଭୟାରଣ୍ୟରେ କରିଥିଲେ ଶିକାର । ବିଭିନ୍ନ ସ୍ଥାନରେ ବନ ବିଭାଗ ଚଢାଉ କରି ଦୁଇ ଶିକାରୀଙ୍କୁ ଧରିଛି ।
ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟରେ ଶିକାର କରିବା ଅଭିଯୋଗରେ ଦୁଇ ଶିକାରୀ ଗିରଫ । ଗତ ଅଗଷ୍ଟ ମାସ ୯ ତାରିଖରେ ଝରଣାଘାଟି ସେକ୍ସନ କଙ୍କଡାବଳିଆ ଅଞ୍ଚଳରେ ଶିକାର କରିବା ବେଳେ ଟ୍ରାପ୍ କ୍ୟାମେରାରେ କିଛି ଶିକାରୀଙ୍କ ଫଟୋ କଏଦ ହୋଇଥିଲା । ପରେ କୁଲଡିହା ବନ ବିଭାଗ ତଦନ୍ତ କରି ଶିକାରୀଙ୍କୁ ଚିହ୍ନଟ କରିଥିଲେ ।
ତେବେ ଏ ନେଇ ମଙ୍ଗଳବାର ଅତର୍କିତ ଚଢ଼ାଉ କରିଥିଲା ବନ ବିଭାଗ । ଚଢାଉ ବେଳେ ଗୋଳାଭର୍ତ୍ତି ବନ୍ଧୁକ, ଫାଶ ଓ ମାରଣାସ୍ତ୍ର ସମେତ ହରିଣ ସିଙ୍ଗ ଜବତ କରି ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀ ହେଲେ ଔପଦା ବ୍ଲକ ପିଣ୍ଡାବସା ଗ୍ରାମର ଦାମ ସମାଦ ଓ ସୁଦର୍ଶନ ବିଶ୍ୱାଳ । ଏନେଇ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ ।
You Can Read:
ମା’ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ : ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା