ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | May 14, 2025 IST

ଆସିକା ୧୪।୦୫ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନଡ଼ା ଥାନା ଭେଟ୍ଟନଈ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଡାଲା ଅଟୋ ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଏକ ଡାଲା ଅଟୋରେ ୨୦ରୁ ଅଧିକ ଯାତ୍ରୀ ସାନ ଖୋଲି ଶିବମନ୍ଦିର ପ୍ରତିଷ୍ଠା ଯଜ୍ଞ ଦେଖିବାକୁ ଯାଇଥିଲେ । ଯଜ୍ଞ ଦେଖି ସେଠାରୁ ଘରକୁ ଫେରୁଥିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଅଟୋ ସାମ୍ନାକୁ ଏକ ହରିଣ ଚାଲିଆସିବାରୁ ଅଟୋଟି ଓଲଟି ପଡିଥିବା ଜଣାପଡିଛି । ଯେଉଁଥିରେ ୧୬ ଜଣ ଗୁରୁତର ହୋଇଥିଲେ । ଏହାପରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେହିପରି ଅନ୍ୟପଟେ ଗୁରୁତରଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଜଟିଳ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଦୁଇ ଜଣେ ହେଲେ ୪୦ ବର୍ଷୀୟ ଗାୟତ୍ରୀ ଗୌଡ ଓ ସରୋଜିନି ସାହୁ । କୋଟିନଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.