ୟୁକ୍ରେନ ବଦଳାଇବ ଯୁଦ୍ଧ ରଣନୀତି; ଋଷ୍ ଉପରେ ଚାଲିବ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲ, ଜବାବ ଦେବ ମସ୍କୋ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ଯୁଦ୍ଧ ପୁଣି ଥରେ ତୀବ୍ର ହେଇଛି । କୀଭ୍ ସେନା ଋଷର ଜନବସତି ସ୍ଥାନକୁ ଟାର୍ଗେଟ୍ କରୁଛି । ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ମିସାଇଲ୍ ସହ ଡ୍ରୋନ ମାଡ଼ କରୁଛି ୟୁକ୍ରେନ । ଏହାର ଜବାବ ଦେବାକୁ ବଡ଼ ଯୋଜନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଯୁଦ୍ଧ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ସଙ୍କେତ ଦେଇଛି ମସ୍କୋ । ସେପଟେ ପରମାଣୁ ଅସ୍ତ୍ର ପ୍ରୟୋଗକୁ ସନ୍ଦେହ କରି ୟୁକ୍ରେନ ନିଜର ରଣନୀତି ବଦଳାଇ ଦେଇଛି । ୟୁକ୍ରେନ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର କରିଛି। ଋଷ୍ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କଲେ, କୀଭ୍ ଡ୍ରୋନ ସାହାଯ୍ୟରେ ଏହାକୁ ବ୍ୟବହାର କରି ଜବାବ ଦେବ ।    

ସୂଚନା ଅନୁଯାୟୀ, ୟୁକ୍ରେନ ସେନା ପୂର୍ବରୁ ଋଷକୁ ନିଜ କ୍ଷେତ୍ରରେ ଅଟକାଇବାକୁ ମିସାଇ ଚେଷ୍ଟା କରୁଥିଲା । ମାତ୍ର କିନ୍ତୁ ନିଜ ରଣନୀତି ବଦଳାଇ ଋଷ୍ ଉପରେ ଲମ୍ବା ଦୂରତା ବିଶିଷ୍ଟ ମିସାଇଲ ମାଡ଼ କରିବାକୁ ଯୋଜନା କରୁଛି । ମିଡିଆ ରିପୋର୍ଟ ମୁତାବକ, କିଛି ଦିନ ତଳେ ନାଟୋ ସଦସ୍ୟ ବ୍ରିଟେନ, ଋଷ୍ କ୍ଷେତ୍ରରେ ହମଲା ପାଇଁ ୟୁକ୍ରେନକୁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରିଛି ।

ଏବେ ଋଷ୍ କ୍ଷେତ୍ରରେ ଆକ୍ରମଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ରୋକ୍ ଲାଗିଥିଲା । ମାତ୍ର ଏବେ ବ୍ରିଟେନ ତରଫରୁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବା ପରେ ସ୍ଥିତି ବଦଳି ଯାଇଛି । ୟୁରୋପରେ ଏକ ବଡ଼ ଯୁଦ୍ଧ ଘନଉଛି ବୋଲି କୁହାଯାଇପାରେ । 

ଷ୍ଟର୍ମ ଶ୍ୟାଡୋ କ୍ରୁଜ୍ ହେଉଛି ଲମ୍ବା ଦୂରତା ବିଶିଷ୍ଟ ମିସାଇଲ । ଏହାକୁ ବ୍ରିଟେନ ଏବଂ ଫ୍ରାନ୍ସର ମିଳିତ ଉଦ୍ୟମରେ ତିଆରି ହୋଇଛି । ଏହାର ଲକ୍ଷଭେଦ କ୍ଷମତା ୫୦୦ କିଲୋମିଟର । ଏହାକୁ ପୂର୍ବରୁ ୟୁକ୍ରେନ ଯୁଦ୍ଧ ବିମାନରେ ଲେସ୍ କରାଯାଇଥିଲା । ବ୍ରିଟେନରେ ଏହାର ନାଁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲ୍ ଏବଂ ଫ୍ରାନ୍ସରେ ଏହାର ନାଁ SCALP-EG ମିସାଇଲ୍ । ଏହି ମିସାଇଲ ଅତି ସହଜର  ଟାର୍ଗେଟକରୁ ହିଟ୍ କରି ପାରିବାର କ୍ଷମତା ରଖିଛି ।...    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.