ଭୁବନେଶ୍ୱର ୦୪/୦୬: ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ଗୁଳୁଗୁଳି । ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା । ମୌସୁମୀ ବାୟୁ ବିରାମ ନେବା ପରେ ରାଜ୍ୟରେ ଉପରମୁହାଁ ତାତି । ଗ୍ରୀଷ୍ମ ଲହରି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳିତ ହେଉଛନ୍ତି ରାଜ୍ୟବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ପୁରୀରେ ସର୍ବାଧୀକ ୩୪.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ବାଲେଶ୍ବରରେ ୩୩ ଡିଗ୍ରି, ଚାନ୍ଦବାଲିରେ ୩୨.୮ ଡିଗ୍ରି, ଭୁବନେଶ୍ବରରେ ୩୨ ଡିଗ୍ରି, ଗୋପାଳପୁର ଓ ପାରାଦୀପରେ ୩୧.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ସକାଳୁ ଆର୍ଦ୍ରତା ୭୩.୬ ପ୍ରତିଶତ ରହିଛି । ଗତକାଲି ଅପରାହ୍ନରେ ସାମାନ୍ୟ ବର୍ଷା ସତ୍ତ୍ବେ ତାତି ଓ ଗରମରେ କୌଣସି ପ୍ରଭାବ ପଡ଼ିନାହିଁ ।
ଆଜି ସକାଳ 8ଟା 30 ସୁଦ୍ଧା ତାପମାତ୍ରା
— usd (@usd0705) June 4, 2025
ପୁରୀ 34.4°C
ବାଲେଶ୍ୱର 33°C
ଚାନ୍ଦବାଲି 32.8°C
ଭୁବନେଶ୍ୱର 32°C
ଗୋପାଳପୁର 31.8°C
ପାରାଦ୍ୱୀପ 31.8°C
ପାଣିପାଗ ବିଭାଗର ସୂଚନା ମୁତାବକ, ସମୟ ପୂର୍ବରୁ ରାଜ୍ୟରେ ପହଞ୍ଚିଥିଲା ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ପୁଣି ପୂର୍ବ ପରି ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଲୋକଙ୍କ ପାଇଁ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।