ପିପିଲି ୨୯।୫: ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କୃଷିମନ୍ତ୍ରୀ । ଧାନ ଏମଏସପିରେ ବୋନସ୍ ପ୍ରଦାନ ପାଇଁ ମୋହନ ସରକାରକୁ ଧନ୍ୟବାଦ ଦେଲେ ଶିବରାଜ । ସେ କହିଲେ, ମୋହନ ମାଝୀଙ୍କ ସରକାର କମାଲ କରିଦେଲେ । ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ କିଣିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱରେ ପହଞ୍ଚିବ କୋରାପୁଟର ଜୈବିକ ଚାଉଳ । ଏହାଦ୍ବାରା ଲାଭ ପାଇବେ ଚାଷୀ ।
ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ‘ଅପରେସନ ସିନ୍ଦୂର’ କଥା ଉଠାଇଲେ ଶିବରାଜ ସିଂ ଚୌହ୍ୱାନ । ସେ କହିଥିଲେ ଯେ, ମୋଦୀଜୀଙ୍କ ‘ଅପରେସନ ସିନ୍ଦୂର’ ପାକିସ୍ତାନର ସମସ୍ତ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଲା । ୩ ଦିନରେ ପାକିସ୍ତାନ ଆଣ୍ଠେଇଲା ।
You Can Read:
ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ : ଜଣେ ପରୀକ୍ଷାର୍ଥୀ ମୃତ, ୭ ଗୁରୁତର