୧୯ ଗଲ୍ଫ କୋର୍ସ, ରିଅଲ ଇଷ୍ଟେଟ କିଙ୍ଗ: ଜାଣନ୍ତୁ କେତେ ଧନୀ ଆମେରିକାର ନୂଆ ରାଷ୍ଟ୍ରପତି?

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ ୦୭/୧୧: ଆମେରିକାରେ ପୁଣି ଚାଲିଛି 'ଟ୍ରମ୍ପ କାର୍ଡ' । ହ୍ୱାଇଟ୍ ହାଉସ୍‌ର ନୂଆ ବସ୍ ।  ବୃହତ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ ପାର୍ଟି । ଆମେରିକା ପାଇଛି ୪୭ ତମ ରାଷ୍ଟ୍ରପତି । ତେବେ ଶକ୍ତିଶାଳୀ ରାଷ୍ଟ୍ର ଭଳି ଟ୍ରମ୍ପ ବି ଧନୀ ନେତାଙ୍କ ଭିତରୁ ଜଣେ । ଏବେ ତାଙ୍କ ପାଖରେ ଅଛି କୋଟି କୋଟି ଡଲାର ସମ୍ପତ୍ତି ଅଛି । ଏହାସହ ସାରା ବିଶ୍ୱରେ ରହିଛି ତାଙ୍କର ବ୍ୟବସାୟ । ମିଡିଆ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ରିଏଲ୍ ଇଷ୍ଟେଟ୍ । ଆଲିସାନ ବଙ୍ଗଲାରେ ରୁହନ୍ତି ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି । 

ଡୋନାଲ୍ଡ ଟ୍ରମ୍ପ ନେଟ୍ ୱର୍ଥ ୬.୬ ବିଲିୟନରୁ ୭.୭ ବିଲିୟନ ଡ଼ଲାର୍ । ଫୋର୍ବସ୍ ଇଣ୍ଡେକ୍ସ ଗୋଟିଏ ତଥ୍ୟ ଦେଉଥିବାବେଳେ ବ୍ଲୁମବର୍ଗ କୁହେ ଅନ୍ୟ କଥା । ୨୦୨୪ରେ ତାଙ୍କର ସମ୍ପତ୍ତି ୭.୭ ବିଲିୟନ ଡ଼ଲାର୍ । ଯାହାର ଭାରତୀୟ ମୂଲ୍ୟ ୬୪,୮୫୫୫ କୋଟି ଟଙ୍କା । ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ତାଙ୍କର ନାଁ । 

ପ୍ରଥମେ ସେତେବେଳେ ତାଙ୍କ ସମ୍ପତ୍ତି ମୂଲ୍ୟ ଥିଲା ୪.୫ ବିଲିୟନ ଡଲାର । କିନ୍ତୁ ଟ୍ରମ୍ପ ନିଜେ ସ୍ପଷ୍ଟ କରିଥିଲେ କି, ଘୋଷଣାଠାରୁ ଅଛି ଅଧିକ ସମ୍ପତ୍ତି । ହେଲେ ଆମେରିକାର ରାଷ୍ଟ୍ରପତି ହେବା ପରେ କମିଥିଲା ତାଙ୍କ ସମ୍ପତ୍ତିର ପରିମାଣ । ଫୋବର୍ସ କୁହେ ୨୦୨୦ ରେ ୨.୧ ବିଲିୟନ ଡ଼ଲାରକୁ ହ୍ରାସ ପାଇଥିଲା ପ୍ରପଟି । ୨୦୨୨ ରେ ୩ ବିଲିୟନ ଡ଼ଲାର, ୨୦୨୪ ନଭେମ୍ବରରେ ୭ ବିଲିୟନ ଡ଼ଲାର ପାର୍ କରିଛି ଟ୍ରମ୍ପଙ୍କ ସମ୍ପତ୍ତି ।


ଟ୍ରମ୍ପଙ୍କ ନିଟ୍ ମୂଲ୍ୟରେ ସର୍ବାଧିକ ଅଂଶଧନ ରହିଛି ଟ୍ରମ୍ପ ମିଡିଆ ଏବଂ ଟେକ୍ନୋଲୋଜି ଗ୍ରୁପ୍ । ଦ୍ୱିତୀୟ ବୃହତ୍ତମ ଅଂଶ ରହିଛି ଗଲ୍ଫ କ୍ଲବ, ରିସର୍ଟ ଓ ବଙ୍ଗଳାରେ । ଟ୍ରମ୍ପଙ୍କ ଅର୍ଜିତ ସେୟାରଗୁଡିକର ମୋଟ ମୂଲ୍ୟ ପ୍ରାୟ ୧.୨ ବିଲିୟନ ଡଲାର । ସେହିଭଳି ଡୋନାଲ୍ଡ ଟ୍ରମ୍ପଙ୍କର ରହିଛି ଅନେକ ବିଳାସପୂର୍ଣ୍ଣ । ଫ୍ଲୋରିଡାର ପାଲ୍ ବିଚ୍ କୂଳରେ ୧୦ ମିଲିୟନ୍ ଡଲାର ମୂଲ୍ୟର ଚକଚକିଆ ମହଲ ସହ ରହିଛି ସେଣ୍ଟ ମାର୍ଟିନରେ ବିଳାସପୂର୍ଣ୍ଣ ସମ୍ପତ୍ତି । 

ହ୍ୱାଇଟ ହାଉସ ଛାଡିବା ପରେ ଟ୍ରମ୍ପ ରହୁଥିବା ଫ୍ଲୋରିଡା ମହଲର ନାମ ହେଉଛି ମାର-ଏ-ଲାଗୋ । ୧୯୨୭ ରେ ନିର୍ମାଣ ହୋଇଥିବା ଏହି ମହଲକୁ ୧୯୮୫ରେ କିଣିଥିଲେ ଟ୍ରମ୍ପ । ୨୦ ଏକର ଜମିରେ ରହିଛି ଏହି ସୁନ୍ଦର ମହଲ । ଏଥିରେ ୫୮ ବେଡରୁମ୍, ୩୩ ବାଥରୁମ୍, ୧୨ ଫାୟାରପ୍ଲେସ୍, ଏକ ସ୍ପା, ସୁଇମିଂ ପୁଲ୍, ଟେନିସ୍ କୋର୍ଟ ଏବଂ ଗଲ୍ଫ କୋର୍ସ ଅଛି । 

କହିବାକୁ ଗଲେ ବଡ଼ ଭାଇ ଫ୍ରେଡ୍‌ ଜୁନିଅର ପିତାଙ୍କ ବ୍ୟବସାୟ ସମ୍ଭାଳିବାକୁ ମନା କରିବାରୁ ପିତାଙ୍କ କଂପାନିରେ ସାମିଲେ ହୋଇଥିଲେ ଟ୍ରମ୍ପ । ନ୍ୟୁୟର୍କରେ ହାଉସିଂ ପ୍ରୋଜେକ୍ଟରେ ପିତାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ ସେ । ପରେ ହାଉସିଂ ପ୍ରୋଜେକ୍ଟ ସହିତ ବିଳାସବହୁଳ ହୋଟେଲ୍‌, କ୍ୟାସିନୋ ଓ ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣକୁ ଫୋକସ୍‌ କରିଥିଲେ । ୧୯୮୩ରେ ନ୍ୟୁୟର୍କ ସିଟିରେ ୫୮ ମହଲା ଘର ‘ଟ୍ରମ୍ପ ଟାୱାର’ର ନିର୍ମାଣ କରାଇଥିଲେ ସେ । ୨୦୦୪ରେ ଏକ ଟିଭି ରିଆଲିଟି ଶୋ ‘ଦ ଆପ୍ରେଣ୍ଟିସ’କୁ ସେ ହୋଷ୍ଟ କରିଥିଲେ । କିଛି ହଲିଉଡ୍‌ ଫିଲ୍ମ ଓ ସିରିଜ୍‌ରେ ସେ ଅଭିନୟ ବି କରିଛନ୍ତି । 

  • Donald Trump
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.