UNSCରେ ଆମେରିକା ଉପସ୍ଥାପନା କଲା ପ୍ରତିକ୍ଷିତ ସଂଶୋଧନ ପ୍ରସ୍ତାବ, ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ

Published By : Prameya-News7 Bureau | September 13, 2024 IST

ନ୍ୟୁୟର୍କ ୧୩।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଆମେରିକା ସେହି ପ୍ରତିକ୍ଷିତ ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରିଛି, ଯାହା ଦୀର୍ଘ ସମୟରୁ ଭାରତ ଦାବି କରିଆସୁଥିଲା। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଏହି ନୂଆ ସଂଶୋଧନ ପ୍ରସ୍ତାବରେ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ଏହା ସହିତ ଜାପାନ ଓ ଜର୍ମାନକୁ ମଧ୍ୟ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦେବା ପାଇଁ ଦୀର୍ଘକାଳୀନ ସମର୍ଥନକୁ ଦୋହରାଇଛି। 

ଆମେରିକା ଏହି ପ୍ରସ୍ତାବ ଐତିହାସିକ ଶିଖର ସମ୍ମିଳନୀ ଓ ଜାତିସଂଘର ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ଲାଗି ନ୍ୟୁୟର୍କରେ ବୈଶ୍ୱିକ ନେତା ଏକତ୍ର ଏହା ପୂର୍ବରୁ ଉପସ୍ଥାପନ କରିଛି। ଜାତିସଂଘରେ ଆମେରିକା ରାଜଦୂତ ଲିଣ୍ଡା ଥମାସ-ଗ୍ରିନଫିଲ୍ଡ କହିଛନ୍ତି ଯେ ଆମେରିକା ଆଫ୍ରିକୀୟ ଦେଶଙ୍କୁ ଜାତି ସଂଘରେ ଅସ୍ଥାୟୀ ସଦସ୍ୟତା ଦେବା ବ୍ୟତୀତ ଦୁଇ ଆଫ୍ରିକୀୟ ଦେଶଙ୍କୁ ସ୍ଥାୟୀ ସଦସ୍ୟତା ପ୍ରଦାନକୁ ମଧ୍ୟ ସମର୍ଥନ କରୁଛି। ସେ ବିଦେଶ ସମ୍ପର୍କ ପରିଷଦ କାର୍ଯ୍ୟକ୍ରମରେ  ‘ବହୁପକ୍ଷବାଦ ଓ ଜାତିସଂଘ ସଂଶୋଧନ ଭବିଷ୍ୟ’ ଶୀର୍ଷକ ଚର୍ଚ୍ଚା କାଳରେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ଦେଶଙ୍କ ଲାଗି ସୁରକ୍ଷା ପରିଷଦରେ ଗୋଟିଏ ନୂଆ ଆସନ ସ୍ଥାପନାକୁ ମଧ୍ୟ ଆମେରିକା ସମର୍ଥନ କରୁଛି। 

ଆମେରିକା କହିଛି ଯେ ଭାରତକୁ ସ୍ଥାୟୀ ସଦସ୍ୟତା ନିମନ୍ତେ ମନା କରିବାର କୌଣସି ଆଧାର ନାହିଁ। ଜି-ଫୋରରେ ବ୍ରାଜିଲ, ଜର୍ମାନ, ଭାରତ ଓ ଜାପାନ ସାମିଲ ଅଛନ୍ତି। ଏହି ଚାରି ଦେଶ ଜାତି ସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନିମନ୍ତେ ଜଣେ ଜଣକୁ ସମର୍ଥନ ମଧ୍ୟ କରୁଛନ୍ତି। ଥମାସ ଗ୍ରିନଫିଲ୍ଡ କହିଛନ୍ତି ଯେ ଭାରତ ବିଶ୍ୱର ଏକ ଜନବହୁଳ ଦେଶ ଓ ଆମେ ପରିଷଦରେ ଭାରତକୁ ସାମିଲ କରିବାକୁ ବାସ୍ତବରେ ଦୃଢ ସମର୍ଥନ କରୁଛୁ। 

ସେହିପରି ଆଫ୍ରିକୀୟ ଦେଶଙ୍କୁ ନେଇ ସେ କହିଛନ୍ତି ଯେ ୩ ଆଫ୍ରିକୀୟ ଦେଶ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଅଛନ୍ତି ଓ ଆଫ୍ରିକୀୟ ଦେଶଙ୍କୁ ସେମାନଙ୍କ କଥା ରଖିବାକୁ ଏବଂ ଶ୍ୱର ଉତ୍ତୋଳନ କରିବାକୁ ସମ୍ପୂର୍ଣ୍ଣ ସୁଯୋଗ ମିଳୁ ନାହିଁ। ଏହି କାରଣରୁ ଆମେରିକା ସୁରକ୍ଷା ପରିଷଦରେ ଆଫ୍ରିକୀୟ ଦେଶଙ୍କ ଲାଗି ଅସ୍ଥାୟୀ ସଦସ୍ୟତା ବ୍ୟତୀତ ୨ଟି ସ୍ଥାୟୀ ଆସନ ସୃଷ୍ଟି କରିବାକୁ ସମର୍ଥନ କରୁଛି। ସେ କହିଛନ୍ତି ଆମର ଆଫ୍ରିକୀୟ ଅଂଶିଦାର ଏହା ଚାହୁଁଛନ୍ତି ଓ ଆମେ ଭାବୁଛୁ ଏହା ଉଚିତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.