ଭିସୁଟ୍ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ, ଯାଇପାରିବେନି ଏହି ୭ଟି ସ୍ଥାନ

Published By : Prameya-News7 Bureau | March 14, 2025 IST

ସମ୍ବଲପୁର ୧୪।୩ବୁର୍ଲା ଭିସୁଟ୍ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ । ୭ଟି ସ୍ଥାନକୁ ଯିବା ଉପରେ ଅଙ୍କୁଶ ଲଗାଇଲେ କର୍ତ୍ତୃପକ୍ଷ । ପାଓ୍ବାର କେନାଲ, ମହାନଦୀ, ସାଇଫନ, ୧୮ ହଜାର, ରାଇଟ ଡାଇକ, ଝାଂକରାଣୀ ମନ୍ଦିର, ଫିସରି ପଏଣ୍ଟକୁ ଯିବା ଉପରେ ଲାଗିଛି କଟକଣା । କେବେ ବି କୌଣସି ସମୟରେ ନଯିବା ପାଇଁ ନୋଟିସ ଜାରି କରିଛନ୍ତି କର୍ତ୍ତୃପକ୍ଷ । ଗୁରୁବାର ୧୮ ହଜାର ଅଞ୍ଚଳରେ  ଛାତ୍ର ବୁଡି ଯାଇ ମୃତ୍ୟୁ ହେବା ପରେ ଲାଗିଛି ଏଭଳି କଟକଣା ।

You Can Read:

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱୟଂସହାୟିକ ଗୋଷ୍ଠୀ ମହାମଞ୍ଚର ବିକ୍ଷୋଭ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.