ବୃଦ୍ଧି ପାଇଲା କେଲୁଅ ଓ ଗେଙ୍ଗୁଟି ନଦୀର ଜଳସ୍ତର, ଏକର ଏକର ଚାଷ ଜମିରେ ପଶିଲା ପାଣି

Published By : Prameya-News7 Bureau | July 18, 2025 IST

ଚଣ୍ଡିଖୋଲ ୧୮୭: ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । କେଲୁଅ ଓ ଗେଙ୍ଗୁଟି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଚାଷ ଜମିରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତରେ ଗେଙ୍ଗୁଟି ନଦୀରେ ବନ୍ୟାଜଳ ଆସି ଚାଷ ଜମି ପ୍ରବାହିତ ହେଉଛି । ପଟୁଣିଆ ପଞ୍ଚାୟତରେ ଏକର ଏକର ଚାଷ ଜମିରେ ଚାଷୀ ଧାନ, ନଳିତା ଓ ବିଭିନ୍ନ ପନିପରିବା ଫସଲ କରିଥିଲେ । ହେଲେ ଦୀର୍ଘ ଦିନ ଧରି ଚାଷ ଜମିରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଫସଲ ବନ୍ୟାଜଳରେ ବୁଡ଼ିକି ରହିଛି । ଯେଉଁଥି ପାଇଁ ଫସଲ କ୍ଷତିଗ୍ରସ୍ତ ହୋଇଛି । 

ଧାର ଉଧାର କରି ଚାଷୀ ଫସଲ କରିଥିଲେ ସୁଦ୍ଧା ବନ୍ୟା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା କରି ଚିନ୍ତାରେ ଚାଷୀ କୂଳ । ଏନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।

You Can Read:

ପିକଅପ୍ ଭ୍ୟାନ୍‌ରୁ ଜବତ ହେଲା ୯୩୦ ପ୍ୟାକେଟ୍ ଗଞ୍ଜେଇ, ବେପାରୀ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.