ଲଗାଣ ବର୍ଷାରେ ଗଦାପୁର ନଦୀର ଜଳସ୍ତର ବୃଦ୍ଧି, ପୋଲ ଉପରେ ଚାଲିଲା ପାଣି

Published By : Prameya-News7 Bureau | July 05, 2025 IST

ମୋହନା ୫।୭: ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗର୍ଡ଼ମା ପାପାଇଜୁ ପୋଲୋ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି l ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟତ ଠପ୍ ହୋଇଯାଇଛି l 

ଗତ ଦୁଇ ଦିନ ଧରି ମୋହନା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ପାଇଛି l ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ସଂଯୋଗ କରୁଥିବା ପାପାଇଜୁ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି l ପ୍ରତିବର୍ଷ ବର୍ଷା ଦିନରେ ଏହି ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ପାଣି କମିବା ପର୍ଯ୍ୟନ୍ତ ପୁରା ପଞ୍ଚାୟତବାସୀ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହୁଥିବା କହିଛନ୍ତି l 

ସେହିପରି ରାଜଖମା ଗାଁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ରାଜଖମା ଗାଁ ସମେତ ୪ଟି ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି ।

You Can Read:

ସରିଲା ଜନ୍ମବେଦୀରେ ଚତୁର୍ଦ୍ଧାମୁରତୀଙ୍କ ଲୀଲାଖେଳା, ଧାଡି ପହଣ୍ଡିରେ ବାହୁଡିବେ ବାହୁଡ଼ାବ୍ରହ୍ମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.