ମଧୁମେହ ପାଇଁ ରାମବାଣ ଅଁଳା ! ଜାଣନ୍ତୁ କେମିତି କରିବେ ବ୍ୟବହାର...

Published By : Prameya-News7 Bureau | January 22, 2025 IST

ନୂଆଦିଲ୍ଲୀ ୨୨।୦୧: ଖରାପ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ ଯୋଗୁଁ ଲୋକମାନେ ମଧୁମେହର  ଶିକାର ହେଉଛନ୍ତି । ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ମଧୁମେହରେ ମୃତ୍ୟୁବରଣ କରନ୍ତି । 

ମଧୁମେହ ବଢିବା ଦ୍ବାରା ଶରୀରର ଅନେକ ଅଂଶ ଉପରେ ପଡିଥାଏ ଖରାପ ପ୍ରଭାବ । ଏଥିପାଇଁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହାକୁ ନିୟନ୍ତ୍ରଣ କରିବ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଅଁଳା । ଏଥିରେ ଅନେକ ଗୁଣ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଆସନ୍ତୁ ଜାଣିବା...

ଅଁଳାରେ ଆଣ୍ଟିଅକ୍ସିଡାଣ୍ଟ ସହିତ, ଭିଟାମିନ୍ ସି, ଭିଟାମିନ୍ ଏବି, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ। ଏହା ଗ୍ଲୁକୋଜ୍ ସ୍ପାଇକ୍‌କୁ ରୋକେ, ମେଟାବୋଲିଜିମ୍‌ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହାବ୍ୟତୀ ରୋଗର କୁପ୍ରଭାବରୁ ହାର୍ଟକୁ ରକ୍ଷା କରେ । ତେଣୁ ମଧୁମେହ ରୋଗୀ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ୍‌ । 

ଅଁଳା ରସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଅଁଳା, ଦୁଇଟି ଲବଙ୍ଗ, ୨ଟି ଗୋଲମରିଚ ଏବଂ ଛୋଟ ଅଦା ଖଣ୍ଡକୁ ପେଷି ପାଣିରେ ମିଶାଇ ପିଅନ୍ତୁ ।  ଏହାବ୍ୟତୀତ ଅଁଳା ଏବଂ ହଳଦୀ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। 

ଅଁଳା ପାଉଡର ଏବଂ ହଳଦୀରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ । ଯାହା ରକ୍ତରେ ଶର୍କରା ପରିମାଣ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଇନସୁଲିନ୍ ସ୍ତରକୁ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.