କିଏ ସେ ଅଞ୍ଜିନି ଧୱନ ? ‘ବିନି ଆଣ୍ଡ୍‌ ଫ୍ୟାମିଲି’ରେ ଡେବ୍ୟୁ କରିବେ କିଏ ସେ ଅଞ୍ଜିନି ଧୱନ ? ‘ବିନି ଆଣ୍ଡ୍‌ ଫ୍ୟାମିଲି’ରେ ଡେବ୍ୟୁ କରିବେ

Published By : Prameya-News7 Bureau | September 07, 2024 IST

ମୁମ୍ଵାଇ ୦୭।୦୯: ଫିଲ୍ମ ‘ବିନି ଆଣ୍ଡ୍‌ ଫ୍ୟାମିଲି’ ଜରିଆରେ  ବଲିଉଡ୍‌ରେ ପାଦ ଥାପିବେ ଅଞ୍ଜିନି  ଧୱନ । ଅଭିନେତା ବରୁଣ ଧୱନଙ୍କ  ଝିଆରି ହୋଇଥିବାରୁ ସିନେ  ଦୁନିଆକୁ ଆସିବା ପୂର୍ବରୁ ଷ୍ଟାର୍‌ କିଡ୍‌  ବିବାଦରେ ଛନ୍ଦି ହୋଇଛନ୍ତି ଅଞ୍ଜିନି ।  ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ଙ୍କୁ ସୁଯୋଗ  ମିଳିବା ନେଇ ହେଉଥିବା ଚର୍ଚ୍ଚା  ଭିତରେ ତାଙ୍କୁ ସାମିଲ କରାଯାଇଛି ।  ଫିଲ୍ମ ଦୁନିଆ ସହିତ ତାଙ୍କ  ପରିବାର ଜଡ଼ିତ ଥିବାରୁ ଅଞ୍ଜିନି  ସେ ସୁବିଧା ହାସଲ କରିଛନ୍ତି  ବୋଲି ଚର୍ଚ୍ଚା ହେଉଛି । କିନ୍ତୁ  ଅଞ୍ଜିନି ଏହାକୁ ଖଣ୍ଡନ କରିଛନ୍ତି ।  ତାଙ୍କର ସିନେ ଯାତ୍ରା କଠିନ  ପରିଶ୍ରମ, ଏକାଧିକ ଅଡିସନ୍‌ ଓ   ପ୍ରତ୍ୟାଖ୍ୟାନ ଦେଇ ଗତିକରିଛି  ବୋଲି ସେ କହିଛନ୍ତି ।

ଏକ ଗଣମାଧ୍ୟମ ସହ   ସାକ୍ଷାତକାରରେ ଅଞ୍ଜିନି କହିଛନ୍ତି,  ଫିଲ୍ମ ଦୁନିଆ ସହ ପାରିବାରର  ସମ୍ପର୍କ ଯୋଗୁ ମୋତେ ‘ବିନି  ଆଣ୍ଡ୍‌ ଫ୍ୟାମିଲି’ ମିଳିନାହିଁ । ବରଂ ଅନେକ ଅଡିସନ୍‌ ପରେ ମୁଁ ଏହି  ଭୂମିକା ପାଇଛି । କୌଣସି ଅଡିସନ୍‌  ବିନା ମୋତେ କଦାପି କାହାଣୀ  ମିଳିନାହିଁ । ସେତିକି ନୁହେଁ, ଅନେକ   ପ୍ରତ୍ୟାଖ୍ୟାନର ସମ୍ମୁଖୀନ ମଧ୍ୟ ହେବାକୁ   ପଡ଼ିଛି ।  ଷ୍ଟାର୍‌ କିଡ୍‌ଙ୍କ ତୁଳନାରେ ବାହାରୁ  ଆସି ବଲିଉଡ୍‌ରେ  କ୍ୟାରିଅର ଗଢ଼ିବାକୁ  ଚାହୁଁଥିବା   କଳାକାରମାନେ  ଇଣ୍ଡଷ୍ଟ୍ରିରେ ଅନେକ   ଆହ୍ୱାନର  ସମ୍ମୁଖୀନ  ହେଉଛନ୍ତି   ବୋଲି  ଅଞ୍ଜିନି ସ୍ୱୀକାର  କରିଛନ୍ତି ।   ଦର୍ଶକ ଷ୍ଟାର୍‌  କିଡ୍‌ଙ୍କୁ ପ୍ରତ୍ୟାଖ୍ୟାନ କଲେ  ମଧ୍ୟ କେତେକାଂଶରେ ସେମାନେ ଶୀଘ୍ର ସୁଯୋଗ  ପାଇଯାଆନ୍ତି । 

କିନ୍ତୁ ବରୁଣଙ୍କ ଝିଆରି ହୋଇଥିବାରୁ  ତାଙ୍କୁ କେହି ଫିଲ୍ମ ଅଫର୍‌ ଦେଇନାହାନ୍ତି ବୋଲି ଅଞ୍ଜିନି  ସ୍ପଷ୍ଟ କରିଛନ୍ତି । ‘ବିନି ଆଣ୍ଡ୍‌ ଫ୍ୟାମିଲି’ ନିର୍ଦ୍ଦେଶକ  ତାଙ୍କର ଏକ ପୁରୁଣା ଅଡିସନ୍‌ ଦେଖି ତାଙ୍କୁ ଫିଲ୍ମରେ   ସୁଯୋଗ ଦେଇଛନ୍ତି । ଆସନ୍ତା ୨୦ ତାରିଖରେ   ଥିଏଟରକୁ ଆସିବ ଫ୍ୟାମିଲି ଡ୍ରାମା ‘ବିନି ଆଣ୍ଡ୍‌  ଫ୍ୟାମିଲି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.