ନୂଆଦିଲ୍ଲୀ ୦୬।୦୨; "ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳା ଥାଆନ୍ତି"। ସୁନ୍ଦର ପିଚାଇ ଏପରି ଏକ ନାମ। ଯାହାଙ୍କ ବିଷୟରେ କିଏ ନ ଜାଣିଛି? ଗୁଗୁଲ୍ ଭଳି କମ୍ପାନୀର ସିଇଓ ପଦବୀ ହାସଲ କରିବା ପାଇଁ ଯେତେ କଠିନ ପରିଶ୍ରମ କରିଥିଲେ, ତାଙ୍କ ପତ୍ନୀ ଅଞ୍ଜଳି ପିଚାଇ ମଧ୍ୟ ସମାନ ତ୍ୟାଗ କରିଛନ୍ତି। ପ୍ରତ୍ୟେକ ମୁହୁର୍ତ୍ତରେ ତାଙ୍କୁ ସମର୍ଥନ କରୁଥିଲେ । ତାଙ୍କ ସଫଳତାର କାରଣ ପାଲଟିଥିଲେ ଅଞ୍ଜଳୀ। ପତ୍ନୀଙ୍କ ସମର୍ଥନ ପାଇଁ ସୁନ୍ଦର ପିଚାଇ ଶୀର୍ଷରେ ପହଞ୍ଚିଥିଲେ। ତେବେ ଅଞ୍ଜଳି ପିଚାଇ କଣ କରନ୍ତି ? ଅଞ୍ଜଳି ପିଚାଇଙ୍କ ମୋଟ୍ ସମ୍ପତ୍ତି କେତେ?
ସୁନ୍ଦର ପିଚାଇଙ୍କ ପତ୍ନୀ ଅଞ୍ଜଳି ସବୁବେଳେ ଲାଇମଲାଇଟରୁ ଦୂରରେ ରୁହନ୍ତି। ରାଜସ୍ଥାନର କୋଟାରେ ଜନ୍ମ ହୋଇଥିଲେ ଅଞ୍ଜଳି ପିଚାଇ। ଛାତ୍ର ଜୀବନରୁ ଥିଲେ ଜଣେ ମେଧାବୀ ଛାତ୍ରୀ । ଆଇଆଇଟି ଖଡ଼ଗପୁରରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ପରେ ୧୯୯୯ରେ ଆକ୍ସେଞ୍ଚରରେ ଜଣେ ବ୍ୟବସାୟୀ ବିଶ୍ଳେଷକ ଭାବେ କ୍ୟାରିୟର ଆରମ୍ଭ କଲେ । ପରେ ଏକ ସଫ୍ଟଓ୍ବେର କମ୍ପାନିକୁ ବିଜନେସ୍ ଅପରେସନ୍ସ ଭାବେ ସ୍ବିଚ୍ କରିଥିଲେ । ଅଞ୍ଜଳି ପିଚାଇ ଜଣେ ସଫଳ ବୃତ୍ତିଗତ । ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ହେବ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାର । ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୮୩୦ କୋଟି ଟଙ୍କା।
ସ୍ୱାମୀ ସୁନ୍ଦର ପିଚାଇଙ୍କର ସମ୍ପତ୍ତିକୁ ହିସାବକୁ ନେଲେ ୧.୩ ବିଲିୟନ ଆମେରିକୀୟ ଡଲାର ହେବ । ଅଞ୍ଜଳି ପିଚାଇଙ୍କ ନିକଟରେ ଗୋଟିଏ ୩.୨୧ କୋଟି ଟଙ୍କା ମୂଲ୍ୟର ଏକ ମର୍ସିଡିଜ୍ କାର୍ ରହିଛି । ସେ ନିଜ ଲାଇଲଟ୍ରୁ ବହୁ ଦୂରରେ ରଖିଥାଆନ୍ତି । କୁହାଯାଏ, ଜଣେ ନାରୀ ପୁରୁଷର ମାର୍ଗଦର୍ଶକ ହୋଇଥାଏ । ଏକଥା ସୁନ୍ଦର ପିଚାଇଙ୍କ କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ସତ । ସେଭଳି ଜଣେ ସଫଳ ମହିଳା ହେଉଛନ୍ତି ଅଞ୍ଜଳି ପିଚାଇ ।...