କେନ୍ଦୁଝର ୧୫।୫: ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର I କେନ୍ଦୁଝର ବନଖଣ୍ଡରେ ବନ୍ୟଜନ୍ତୁଙ୍କର ବଂଶ ବୃଦ୍ଧି ପାଇବାରେ ଲାଗିଛି । ଟ୍ରାପ୍ କ୍ୟାମେରାରେ ଉତ୍ତୋଳନ ହେଲା କଲରାପତରିଆ ବାଘ, ଚଉସିଂହା, ଭାଲୁ, ବଜ୍ରକାପ୍ତା ଆଦିଙ୍କର ଏକାଧିକ ଫଟୋ । ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଦୀର୍ଘ ୩ ବର୍ଷ ଧରି ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଏକାଧିକ ଟ୍ରାପ୍ କ୍ୟାମେରା ଲଗାଇ ୧୫ଦିନ ବ୍ୟବଧାନରେ ଯାଞ୍ଚ ସମୟ ଏହି ବନ୍ୟଜନ୍ତୁ ବଂଶ ବୃଦ୍ଧି ସଂପର୍କରେ ଜଣାପଡ଼ିଛି । ଜଙ୍ଘିରା, କାଳିଆହତା ଓ ଅଟେଇ ସଂରକ୍ଷିତ ଜଙ୍ଗଲରେ ବର୍ତ୍ତମାନ ୮ଟି କଲରାପତରିଆ ବାଘ ସହ, ଭାଲୁ, ଚଉସିଂହା ଓ ବଜ୍ରକାପ୍ତା ଆଦି ବନ୍ୟଜନ୍ତୁ ଥିବା ଜଣାପଡିଥିବା ଡିଏଫଓ ସୂଚନା ଦେଇଛନ୍ତି । ଯାହାକି ନିଶ୍ଚିନ୍ତ ରୂପେ ଏକ ଖୁସିର ଖବର I
You Can Read:
ବିବାହିତା ମହିଳାଙ୍କୁ ଭେଟିବାକୁ ଆସିଥିଲେ ପ୍ରେମିକ, ସ୍ୱାମୀ ହାତରେ ଧରାପଡ଼ି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲେ