ହାଇଦ୍ରାବାଦ: ଯୋଗୀ ଆଦିତ୍ୟ ନାଥଙ୍କ କଥା କହିଛନ୍ତି ତେଲେଙ୍ଗାନା ବିଜେପି ଅଧ୍ୟ ଜି କିଶନ ରେଡ୍ଡୀ। ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ବଦଳାଇ ଭାଗ୍ୟ ନଗର ରଖାଯିବ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।
ସେ କହିଛନ୍ତି, “ଯଦି ତେଲେଙ୍ଗାନାରେ ବିଜେପି ସରକାର କ୍ଷମତାକୁ ଆସେ, ତେବେ ହାଇଦ୍ରାବାଦର ନାମ ବଦଳାଯିବ। ମୁଁ ପଚାରୁଛି ହାଇଦର କିଏ? କ’ଣ ହାଇଦର ନାଁର ଆବଶ୍ୟକ ରହିଛି? ହାଇଦର କେଉଁଠୁ ଆସିଲା? କେମିତି ହାଇଦର ଆବଶ୍ୟକ ଅଛି? ଯଦି ବିଜେପି କ୍ଷମତାକୁ ଆସେ ତେବେ ନିଶ୍ଚିତ ଭାବେ ହାୟଦାରଙ୍କ ନାମ ହଟାଯିବ ଏବଂ ସହରର ନାମ ଭାଗ୍ୟନଗରରେ ବଦଳାଯିବ ବୋଲି ଜି କିଶନ ରେଡ୍ଡୀ କହିଛନ୍ତି। ଏକଥା ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଧ୍ୟ କହି ସାରିଛନ୍ତି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।
ପଢ଼ନ୍ତୁ-କେସିଆର ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ଝଟକା, ରୟତୁ ବନ୍ଧୁ ଯୋଜନା ଉପରେ ଲଗାଇଲେ ରୋକ
ସେ ଆହୁରି କହିଛନ୍ତି ଯେ ଯେତେବେଳେ ମାଡ୍ରାସର ନାମ ଚେନ୍ନାଇ, ବମ୍ବେର ନାଁ ମୁମ୍ବାଇ, କଲିକତା କୋଲକାତା ଏବଂ ରାଜପଥକୁ କର୍ତ୍ତବ୍ୟ ପଥରେ ପରିବର୍ତ୍ତନ କରାଯାଇଛି, ତେବେ ହାଇଦ୍ରାବାଦର ନାଁ ଭାଗ୍ୟନଗରରେ ପରିବର୍ତ୍ତନ କରିବାରେ ଅସୁବିଧା କ’ଣ ବୋଲି ରେଡ୍ଡୀ ପ୍ରଶ୍ନ କରିବା ସହ କେସିଆର୍ ଓ ତାଙ୍କ ପୁଅ କେଟିଆର୍କୁ ଟାର୍ଗେଟ୍ କରିଛନ୍ତି। ଦୁଇ ଜଣ ଏଥର ନିର୍ବାଚନ ହାରିବେ ବୋଲି ଜି କିଶନ ରେଡ୍ଡୀ କହିଛନ୍ତି।