IPL 2025ର ପ୍ରଥମ ମ୍ୟାଚ୍ ହେବ ରଦ୍ଦ ? କୋଲକାତାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

Published By : Prameya-News7 Bureau | March 16, 2025 IST

abp live

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ଉଦଘାଟନୀ ମ୍ୟାଚ୍। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଗୋଟିଏ ପଟେ ଆଜିଙ୍କ ରାହାଣେଙ୍କ ନେତୃତ୍ଵଧୀନ କେକେଆରରେ ରିଙ୍କୁ ସିଂ ଓ ଆନ୍ଦ୍ରେ ରସେଲଙ୍କ ପରି ବିସ୍ଫୋରକ ବ୍ୟାଟର ଥିବା ବେଳେ ଅନ୍ୟପଟେ ଆରସିବିରେ ବିରାଟ କୋହଲି, ଫିଲ ସଲ୍ଟଙ୍କଠୁ ନେଇ ଭୁବନେଶ୍ଵର କୁମାର ଓ ଜୋଶ ହେଜେଲଉଡଙ୍କ ପରି ତାରାକା କ୍ରିକେଟର ଅଛନ୍ତି। କିନ୍ତୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର। କାରଣ ଉଦଘାଟନୀ ଦିନ କୋଲକାତାରେ ବର୍ଷା ହେବାର ସମ୍ଭାବନା ରହିଛି।

Also read: ରୋହିତ ଶର୍ମାଙ୍କ ହାତରୁ ଚାଲିଯିବ ଅଧିନାୟକତ୍ଵ ? କାମରେ ଆସିବନି ଚାମ୍ପିଅନ୍ସ ଟ୍ରଫି ବିଜୟ

ଆକ୍ୟୁଓ୍ଵେଦର ଅନୁଯାୟୀ, ମାର୍ଚ୍ଚ ୨୨ରେ ୪୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ପୂରା ଦିନ ଆକାଶ ମେଘାଚ୍ଛନ୍ନ ରହିବ। କେବଳ ଏତିକି ନୁହେଁ ବର୍ଷା ହେବା ସହ ଝଡ଼ ତୋଫାନ ଓ ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଭାରତୀୟ ସମୟ ଅନୁସାରେ ଆରସିବି ବନାମ କେକେଆର ମ୍ୟାଚ୍ ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ସନ୍ଧ୍ୟା ସମୟରେ ଆକାଶରେ ବାଦଲ ଛାଇ ରହିବା ସହ ତୀବ୍ର ଗତିରେ ପବନ ବହିପାରେ। ତେଣୁ ମ୍ୟାଚ୍ ବାତିଲ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। 

୨୦୨୪ରେ କେମିତି ରହିଥିଲା ଦୁଇ ଦଳର ପ୍ରଦର୍ଶନ

କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୪ର ଫାଇନାଲ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ମୋଟ୍ ତୃତୀୟ ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଟାଇଟଲ୍ ଜିତିଥିଲା। ଅନ୍ୟପଟେ ବେଙ୍ଗାଲୁରୁ ସିଜିନର ପ୍ରଥମ ହାଫ ବହୁତ ନିରାଶଜନକ ପ୍ରଦର୍ଶନ କରିଥିଲା। କିନ୍ତୁ ଦ୍ଵିତୀୟ ହାଫରେ ଦମଦାର ପ୍ରଦର୍ଶନ କରି ଦଳ ପ୍ଲେ ଅଫରେ ପହଞ୍ଚିଥିଲା। କିନ୍ତୁ ଏଲିମିନେଟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସଠୁ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.