ବିଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ମହିଳା-ପୁରୁଷ : ଜଣେ ମୃତ, ଜଣେ ଚିକିତ୍ସାଧିନ

Published By : Prameya-News7 Bureau | August 02, 2025 IST

କରଞ୍ଜିଆ ୨।୮: ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ । ଜଣେ ମହିଳା ଓ ପୁରୁଷ ଉଭୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୁଷଙ୍କ ଚିକିତ୍ସା ଜାରି ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା  ଖିଚିଂ ଗାଁର ପାତା ସାହିରେ । 

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ପ୍ରାୟ ସାଢ଼େ ୮ଟା ସମୟ ମଧ୍ୟରେ ଏକ ବିଲ ମଝିରେ ଜଣେ ମହିଳା ଏବଂ ଜଣେ ପୁରୁଷ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ । ସେମାନଙ୍କୁ ଜଳୁଥିବା ଦେଖି ମହିଳାଙ୍କ ଭାଇ ଓ ସ୍ଥାନୀୟ ଲୋକେ ବିଲ ମଝିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଶୁକୃଳୀ   ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ମହିଳା ଜଣଙ୍କ ସେହି ପାତାସାହିର ଭାରତୀ ପାତ୍ର । ଗୁରୁତର ପୁରୁଷ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ରରୁଆଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read:

ମହାନଦୀ ଜଳ ବିବାଦ : ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ତୁଟିପାରେ ସବୁ ବିବାଦ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.