ରୋଷେଇ ବେଳେ ଜଳିଗଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 26, 2024 IST

ତେଲକୋଇ: ରୋଷେଇ କରୁଥିବା ବେଳେ ଅଘଟଣ। ଜଳିଗଲେ ମହିଳା। ଗୁରୁତର ମହିଳା ହେଲେ ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ସମାକୋଦ ଗାଁର ଜେମା ମୁଣ୍ଡା।ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁର ଜେମା ମୁଣ୍ଡା ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ଚୁଲିରୁ ନିଆଁ ତାଙ୍କ ଲୁଗାରେ ଲାଗି ଯାଇଥିଲା।

ଆଉ ଚାହୁଁ ଚାହୁଁ ନିଆଁ ଦେହ ସାରା ଲାଗି ଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.