ଡିସେମ୍ୱର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ, ସୁଜିତଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ

Published By : Prameya-News7 Bureau | November 26, 2024 IST

ନୂଆଦିଲ୍ଲୀ ୨୬/୧୧: ଡିସେମ୍ୱର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ । ୪ ରାଜ୍ୟର ୬ଟି ଆସନ ପାଇଁ ହେବ ଉପ-ନିର୍ବାଚନ । ଡିସେମ୍ୱର ୩ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ୱର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରେ ଗୋଟିଏ ଆସନ ପାଇଁ ହେବ ଭୋଟିଂ । କାରମ ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ । 

ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ଯାହା ଫଳରେ ଏହି ଆସନରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ମୁତାବକ, ଡିସେମ୍ବର ୩ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଡିସେମ୍ବର ୧୦ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାପରେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଆଉ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ପଡିବ ।

ସୂଚନା ଥାଉକି, ବିଜେଡିରୁ ଇସ୍ତଫା ସହ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ   ସୁଜିତ୍ କୁମାର । ଏହାପରେ ସେ ବିଜେପିରେ ସାମିଲ ହେଇଥିଲେ । ତେବେ ତାଙ୍କ ଇସ୍ତଫା ପରେ, ଖାଲି ପଡିଥିବା ଏହି ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ତେଣୁ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ବଢିଛି । 





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.