‘ବେବି ଜନ’ର ଗୀତ ନୈନ ମଟକ୍କା ରିଲିଜ୍, ସାମ୍ନାକୁ ଆସିଲା ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି

Published By : Prameya-News7 Bureau | November 26, 2024 IST

ମୁମ୍ଵାଇ ୨୬।୧୧; ଅପ୍‌କମିଙ୍ଗ ଆକ୍ସନ୍‌-ଥ୍ରିଲର ‘ବେବି ଜନ୍‌’କୁ ନେଇ ଏବେ   ଖୁବ୍‌ ଚର୍ଚ୍ଚା । ଫିଲ୍ମରେ ଦିଲଜିତ ଦୋସାଞ୍ଜ ଗାଇଥିବା  ଗୀତ ‘ନୈନ୍‌ ମଟକ୍କା’ ସୋସିଆଲ ମିଡିଆ ସେନ୍‌ସେସନ୍‌  ପାଲଟିଛି । ତେବେ, ଏହା ଜରିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ସାଉଥ୍‌ ସୁନ୍ଦରୀ କୀର୍ତ୍ତି ସୁରେଶ   ଓ ବରୁଣ ଧୱନ। ପଞ୍ଜାବୀ  ଅନ୍ଦାଜ୍‌ରେ ଦିଲଜିତଙ୍କ ନୈନ୍‌ ମଟକ୍କାକୁ ଦର୍ଶକ ଖୁବ୍‌   ପସନ୍ଦ କରୁଛନ୍ତି ।

ଗୀତରେ ବରୁଣଙ୍କ ଏନର୍ଜିକୁ କୀର୍ତ୍ତି  ପୂରାପୂରି ମ୍ୟାଚ୍‌ କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି  କାଲିସ୍‌ । ଗୀତରେ ପଞ୍ଜାବୀ ବିଟ୍‌ ଓ ତେଲୁଗୁ ମ୍ୟୁଜିକ୍‌ର   ଫେଣ୍ଟାଫେଣ୍ଟି ସ୍ୱାଦ ରହିଛି । ଏଥିରେ କୀର୍ତ୍ତି ଓ ବରୁଣଙ୍କ  ଏନର୍ଜି ଇଣ୍ଟର୍‌ନେଟ୍‌ରେ ଚହଳ ପକାଇଛି । ଏଥିସହ ଦିଲଜିତଙ୍କ ଏଣ୍ଟ୍ରି ମାହୋଲକୁ ଆହୁରି ଦମ୍‌ଦାର କରିଛି ।  ବରୁଣ, ଦିଲଜିତ ଓ କୀର୍ତ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏକ  ମଜାଦାର ରିଲ୍‌ ଜରିଆରେ ଗୀତ ରିଲିଜ୍‌ ବିଷୟରେ  ଘୋଷଣା କରିଛନ୍ତି ।

ବରୁଣ-କୀର୍ତ୍ତିଙ୍କ କେମିଷ୍ଟ୍ରିକୁ  ସୋସିଆଲ ମିଡିଆ ୟୁଜର୍‌ଙ୍କ ପ୍ରତିକ୍ରିୟା ଆହୁରି ଖାସ୍‌  କରିଛି। ଫିଲ୍ମରେ ବରୁଣ ଜଣେ ପୁଲିସ ଅଫିସର  ଏବଂ ଏକାକୀ ପ୍ରତିପାଳନ କରୁଥିବା ଜଣେ ସନ୍ତାନର  ବାପା ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ସହ  ଜ୍ୟାକି ଶ୍ରଫ୍‌, ୱାମିକା ଗାବି ଓ ରାଜପାଲ ଯାଦବ  ଅଭିନୟ କରିଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ  ଅଛନ୍ତି ଆଟ୍‌ଲି । ଆସନ୍ତା ବର୍ଷ କ୍ରିସ୍‌ମାସ ଅବସରରେ  ଏହା ସିନେମାଘରକୁ ଆସିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.